ରାଉରକେଲା:17//12,(ଉତ୍କଳ ସମାଚାର) ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ରୈ।ନକ୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଶିକ୍ଷୟିତ୍ରୀ ଆନନ୍ଦିନୀ ମିଶ୍ର ତଥା ଶିକ୍ଷକ ବିଶ୍ବନାଥ ସେନାପତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବର ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର,ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି,ସମ୍ମାନିତ ଅତିଥି ଭାବେ ଡ ସନାତନ ପ୍ରଧାନ,ଡ. ସୁଜାତା ସାହୁ, ଏସ. କେ ଯୋଶୀ, ରାଜେଶ ମାଲହୋତ୍ରା, ଇଂ ଆର.ଏନ ମିଶ୍ର,ଡ.ଏସ.କେ ପଟେଲ, ଡା.ଏସ. କେ.ପାତ୍ର, ଡ. ସ୍ୱାତୀରେଖା ମହାନ୍ତି,ଜୁଭେନାଇଲ ବୋର୍ଡର ସଦସ୍ୟା ବବିତା ମହାପାତ୍ର, ଅରବିନ୍ଦ ପାତ୍ର , ସିଦ୍ଧାର୍ଥ ରଥ,ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରତିକ ବେହେରା ତଥା ଓଡ଼ିଶା ର ବିଭିନ୍ନ ଡି.ଏ. ଭି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ, ଅଧ୍ୟକ୍ଷା ଗଣ ସହ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡ ମହାପାତ୍ର ଛାତ୍ର ଛାତ୍ରୀଙ୍କୁ ଶିକ୍ଷା, ସଂସ୍କାର,ଖେଳ ତଥା ଅଭିଭାବକ ଙ୍କ ଦାୟିତ୍ୱବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ ମହାନ୍ତି ତାଙ୍କ ବକ୍ତବ୍ୟରେ ଡିଏଭି ନାମର ସାର୍ଥକତା, ଛାତ୍ର ଛାତ୍ରୀ ମାନେ ୫ଟି ଏମ୍ ( ଟଙ୍କା, ମୋବାଇଲ, ମେସିନ୍,ମଲ୍ ଓ ସର୍ବାଧିକ ଆବଶ୍ୟକତା) ଠାରୁ ଦୂରେଇ ରହିବା, ଶୃଙ୍ଖଳା, ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ୱ।ଚ୍ watch ( ୱ।ର୍କ, ଆକ୍ସନ,ଥଟ୍,କ୍ୟାରେକ୍ଟର,ହାର୍ଟ) ଉପରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷାକ୍ଷେତ୍ର ଏବଂ କ୍ରୀଡାକ୍ଷେତ୍ର ରେ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟ ର ୮୦୦ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ୱାଗତ ନୃତ୍ୟ ଭକ୍ତ ଓ ଭଗବାନ ଏବଂ ଅଭିଭାବକ ମାନଙ୍କୁ ନେଇ ନିଜ ପିଲାମାନଙ୍କ ସହିତ ପରିବେଷଣ କରିଥିବା ଏକ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା ରୈ।ନକ ୨୦୨୫ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଶୃଙ୍ଖଳାର ସହ ସେବା ଯୋଗାଇଥିଲେ। ସଙ୍ଗୀତ ଗୁରୁ ବିନୋଦ କୁମାର ଏବଂ ଛାତ୍ର ଛାତ୍ରୀ ଙ୍କୁ ନେଇ ସ୍ୱାଗତ ସଙ୍ଗୀତ ସହିତ ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହ ସଂଯୋଜକ ବିଜୟ କୁମାର ମିଶ୍ର,ଜ୍ୟୋତ୍ସ୍ନା ମିଶ୍ର,ବବିତା ଗୁପ୍ତା ମନୋରଞ୍ଜନ ସ୍ୱାଇଁ, ଜ୍ୟୋତିର୍ମୟୀ ମହାପାତ୍ର, ଅନିତା ମଣ୍ଡଳ, ସ୍ମିତା ସୁଚରିତା, କନକଲତା ମିଶ୍ର, ଅରିଜିତା ଦାସଗୁପ୍ତା, ବୈଜୟନ୍ତି ପଟ୍ଟନାୟକ,ଅଜନ୍ତା ମହାପାତ୍ର, ମଧୁଛନ୍ଦା ମହାନ୍ତି, ସ୍ମିତା ରାୟ, ସୁଲେଖା ପାଣ୍ଡେ, ସନ୍ଧ୍ୟାରାଣୀ ସାହୁ, ସୁମନ୍ତ ପଟେଲ,ପୁଷ୍ପାଙ୍ଗିନୀ ମହାନ୍ତି, ପ୍ରବୀର ମିଶ୍ର, ନିବେଦିତା ପାଣ୍ଡିଆ, ଶର୍ମିଷ୍ଠା ଦାସ, ସୁରେଶ ପଣ୍ଡା ପ୍ରମୁଖ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି

