ରାଉରକେଲା:18//12,(ଉତ୍କଳ ସମାଚାର)। ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ପରିଚାଳିତ ଶକ୍ତିନଗର୍ ସାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ପ୍ରଶିକ୍ଷିକା ତଥା ପରିଚାଲିକା ସାବିତ୍ରୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ଶ୍ରୀ ଅରବିନ୍ଦ ପଣ୍ଡାଙ୍କ ପୌରୋହିତରେ ଓ ଯଜମାନ ଧରଣୀଧର ସେନାପତି ଏବ ତାଙ୍କ ପତ୍ନୀ ସାବିତ୍ରୀ ସେନାପତିଙ୍କ ଦ୍ଵାରା ଯଜ୍ଞ ହବନ ସମସ୍ତଙ୍କ ତଥା ବିଶ୍ଵ କଲ୍ୟାଣ ନିମନ୍ତେ କରାଯାଇଥିଲା । ସହ ରାଜ୍ୟ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବୈଦିକ ରୀତି ଓ ନୀତି ଅନୁଯାୟୀ ମନ୍ତ୍ର ପାଠ ପୂର୍ବକ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ବାରା ବ୍ୟକ୍ତି ,ସମାଜ ଓ ଦେଶର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ଚର୍ଚ୍ଚା କରିଥିଲେ । ଯୋଗକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରମ ପୂଜ୍ୟ ମହାରାଜ ରାମ ଦେବ ଯୋଗଋଷିଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସାବିତ୍ରୀ ସେନାପତି ଗୁରୁ ବନ୍ଦନା ଗାନ କରିବା ସହିତ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରି ଥିଲେ । ଜିଲ୍ଲା ତରଫରୁ ତାଙ୍କର ଅଗାଧ ପରିଶ୍ରମ ଓ ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କର ଭୂୟସୀ ପ୍ରଶଂସା କରା ଯାଇ ଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇ , ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା , ଜିଲ୍ଲା ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ , ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଜିଲ୍ଲା, ସୋସିଆଲ ମିଡିଆ ମହିଳା ପ୍ରଭାରୀ ଆରତୀ କର, ବରିଷ୍ଠ ଯୋଗ ଶିକ୍ଷକ କପିଳେଶ୍ୱର ମହାରଣା ଯୋଗର ବ୍ୟାପକତା ଓ ଆବଶ୍ୟକତା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ ଓ ସମସ୍ତେ ଯୋଗୋକୁ ପ୍ରତିଦିନ ଅଭ୍ୟାସ ରଖିବାକୁ ପରାମର୍ଶ ଦେଇଥିଲେ । । ଏହି କାର୍ଯ୍ୟ କ୍ରମରେ ଯୋଗ ଶିକ୍ଷୟତ୍ରୀ , ସାଧକ ସାଧିକା ନଗେନ୍ଦ୍ର କୁମାର ସ୍ବାଇଁ, ଅକ୍ଷୟ କୁମାର ବଳ, ଲକ୍ଷ୍ମୀ ପ୍ରିୟା ନାୟକ, ସମିତା ପାତ୍ର, ମଞ୍ଜୁଲତା ମହାରଣା, ଇପ୍ସିତା ଦାସ, ମାନିନୀ ରାଉତ, କଳ୍ପନା କବି, ସୁଷମା ପାଢ଼ୀ, ସୁଭାଦିପ୍ତା ପାଢ଼ୀ, ମମତା ସେନାପତି, ପମ୍ପା ମହାନ୍ତ, ସୁଚିତ୍ରା କୁମାରୀ, ମମତା ନାୟକ, ସଂଯୁକ୍ତା ଦାସ, ଅନୁପମା ଦାସ, ବ୍ରତତୀ ପ୍ରଧାନ, ଗୀତା ରାଠୋର, ମମତା ରାଠୋର, ମାଦୁନି ସିଂ, ପ୍ରତିମା ନାୟକ, ପି କେ ସାହୁ ଆଦି ଉପସ୍ଥିତ ଥିଲେ । ଏହି ଯୋଗ କେନ୍ଦ୍ରର ଅନ୍ୟ ପ୍ରଶିକ୍ଷିକା ସଂଯୁକ୍ତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

