ରାଇଘର. ନରସିଂବାଘ:17//12, (ଉତ୍କଳ ସମାଚାର): ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁରାବେଡା ପଞ୍ଚାୟତ ମହାକୁମାର କୁରାବେଡା ମେଡିକାଲ ପ୍ରାଙ୍ଗଣରେ ଏକ ସ୍ୱଇଚ୍ଛିକ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା।ଏହି ରକ୍ତଦାନ ଶିବିରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଗୁପ୍ତ ପ୍ରସାଦ ଝାଙ୍କର ଓ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଖଗେଶ୍ୱର ହରିଜନ ଉପସ୍ଥିତ ରହି ରକ୍ତଦାନକାରୀମାନଙ୍କୁ ଉତ୍ସାହିତ କରିଥିଲେ।‘ରାଇସିଂ ଗ୍ୟାଙ୍ଗ’ ସଂଗଠନର ସହଯୋଗରେ ଆୟୋଜିତ ଏହି ଶିବିରରେ ପ୍ରାୟ ୪୦ରୁ ୪୫ ଜଣ ସ୍ୱଇଚ୍ଛିକ ରକ୍ତଦାନ କରି ମାନବସେବାର ଉତ୍ତମ ଦୃଷ୍ଟାନ୍ତ ପ୍ରଦର୍ଶନ କରିଥିଲେ।ଆୟୋଜକମାନେ କହିଥିଲେ ଯେ, ଏପରି ରକ୍ତଦାନ ଶିବିର ଆପାତକାଳୀନ ସମୟରେ ରୋଗୀମାନଙ୍କ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ।

