ରାଉରକେଲା:18//12,(ଉତ୍କଳ ସମାଚାର)ବରଟୋଲି ଗ୍ରାମ ସ୍ଥିତ ଭାଗବତ ଅଗଣା ରେ ଭାଗବତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖା ର ପୁଜ୍ୟ ବରିଷ୍ଟ ସ୍ଵାମୀ ସ୍ୱରୁପାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ଭାଗବତ ଚର୍ଚ୍ଚା କରିଥିଲେ । ଙ୍କର ସାରଗର୍ଭକ ଭାଗବତ ତତ୍ତ୍ଵ ଖୁବ୍ ସ୍ପର୍ଶ କାତର ଓ ସମ୍ପୂର୍ଣ୍ଣ ସମର୍ପଣ ର ଏକ ଦିବ୍ୟ ଦର୍ଶନ ଥିଲା। ଏହି କଥାମୃତ କୁ ଶ୍ରବଣ କରି ଭକ୍ତମାନେ ଭାବ ବିହୋଳ ହୋଇ ପଡ଼ିଥିଲେ । ଭାଗବତ ଅଗଣା ର ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ବରଟୋଲି ସାଂସ୍କୃତିକ ପରିଷଦ ର ସଭାପତି ରମାକାନ୍ତ ସୂତାର ପ୍ରଥମେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାବେଳେ ଭାଗବତ ଅଗଣା ର ସଭାପତି ସୁପ୍ରଭା ଆଚାର୍ଯ୍ୟ ଓ ଉପସଭାପତି ଧନେଶ୍ଵର ଦାସ ଉତ୍ତରୀୟ ଓ ନାରୀକେଳ ପ୍ରଦାନ କରିଥିଲେ । ସମୀର କୁମାର ପଟ୍ଟନାୟକ, ଗୁରୁ ବନ୍ଦନା କରିଥିଲେ। ସର୍ବଶ୍ରୀ ଚନ୍ଦ୍ର କାନ୍ତ ପରିଡ଼ା,ତୁଷାରକାନ୍ତ ପଟ୍ଟନାୟକ,ରଞ୍ଜିତ ବିଶ୍ବାଳ, ଅଶୋକ ରାଉତରାୟ ଭାଗବତ ଅଗଣା ର ବହୁ ବରିଷ୍ଠ ମହିଳା ପୁରୁଷ ଉପସ୍ଥିତ ଥିଲେ। ଦିବ୍ୟ ଜୀବନ ସଂଘ ର ସଭାପତି ଅର୍ଧେନ୍ଦୁ ଶେଖର ଷଡ଼ଙ୍ଗୀ,ଏହି ଆଧ୍ୟାତ୍ମିକ ସଂସ୍ଥା କୁ ପ୍ରଶଂସା କରିଥିଲାବେଳେ ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀ ସ୍ୱାମୀଜୀଙ୍କ ଦିବ୍ୟ ଜୀବନୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗିରିଧାରୀ ସ୍ବାଇଁ, ଟ୍ରଷ୍ଟି ଅକ୍ଷୟ ଭୋଇ ବହୁ ମହିଳା ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସେକ୍ଟର ୭ ସ୍ଥିତ ଇସ୍ପାତ ନଗର କାର୍ଯ୍ୟଳୟରେ ସ୍ବାମୀଜୀ ଶ୍ରୀରାମ ଗାଥା ଉପରେ ପ୍ରବଚନ ଦେଇଥିଲେ। ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ଙ୍କୁ ସ୍ବାମୀଜୀ ସମ୍ବର୍ଦ୍ଧିତ କରିଥିଲେ।

