କେନ୍ଦୁଝର:18//12,(ଉତ୍କଳ ସମାଚାର)ବିଜେପି କୃଷକ ମୋର୍ଚ୍ଚା ର ନୂତନ ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଙ୍କୁ ଆଜି ଭୁବନେଶ୍ଵର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବିଜେପି କୃଷକ ମୋର୍ଚ୍ଚା ଦୀର୍ଘ ବର୍ଷ ଧରି ବିରୋଧୀ ଦଳରେ ଥିବା ସମୟ ଧରି ରାଜ୍ଯର ଚାଷୀ ମାନଙ୍କ ର ସମସ୍ଯା କୁ ନେଇ ଲଢେଇ କରିବା ସହିତ ସଂଘର୍ଷ କରୁଥିବା ବେଳେ ରାଜ୍ୟ ରେ ଡବଲ ଇଞ୍ଜିନି ସରକାର ଆସିବା ପରେ କୃଷକ କଲ୍ୟାଣ ଯୋଜନାର ଲାଭ କିପରି ଚାଷୀ ପାଇବ ସେଥିପାଇଁ କାର୍ଯ୍ୟକ୍ରମ କରୁଛି ବୋଲି ପୂର୍ବତନ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ।ବିଜେପି କୃଷକ ମୋର୍ଚ୍ଚା କେନ୍ଦ୍ର ଓ ରାଜ୍ଯ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ସୁଫଳ ଚାଷୀ ପାଇବା ପାଇଁ ବିଜେପି କୃଷକ ମୋର୍ଚ୍ଚା କାମ କରିବା ପାଇଁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଆହ୍ବାନ ଦେଇଥିଲେ। ରାଜ୍ୟ ର ସମସ୍ତ ୩୭ ଗୋଟି ସାଂଗଠନିକ ଜିଲ୍ଲା ରୁ ଆସିଥିବା ୩ ଶହରୁ ଊର୍ଦ୍ଧ୍ବ ଚାଷୀ ନେତା ଓ କାର୍ଯ୍ୟକର୍ତ୍ତା ମାନେ ନୂତନ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ବାଜା, ବାଣ ବଜାଇ ଓ ମହିଳା କାର୍ଯ୍ୟକର୍ତା ମାନେ ସଙ୍ଖ ଓ ହୁଳହୁଳି ଦେଇ ପୁଷ୍ପ ବୃଷ୍ଟି କରିବା ସହିତ ବନ୍ଦାପନା କରି ନୂତନ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଙ୍କୁ ସ୍ଵାଗତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବିଜେପି ର ବରିଷ୍ଠ ନେତା ଶ୍ରୀ ରଞନ ପଟେଲ, ହୃଷୀକେଶ ଜେନା, ସୂର୍ଯ୍ୟ ନାରାୟଣ ମହାପାତ୍ର, ରାମ ଚନ୍ଦ୍ର ପାତ୍ର,ଶକଂଶଣ ଜେନା, ଉପେନ୍ଦ୍ର ଭଞ୍ଜ, ଦୀଲିପ କୁମାର ସ୍ୱାଇଁ, ବିଶ୍ୱଜିତ୍ ସ୍ୱାଇଁ, ପୁଲିନ ପ୍ରକାଶ ପୁହାଣ, ପ୍ରଶାନ୍ତ କୁମାର ସ୍ୱାଇଁ, ମନୋଜ କୁମାର ସାହୁ, ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ଜଗନ୍ନାଥ ମହାପାତ୍ର,ରାଜ କିଶୋର ମେଣ୍ଡେଲୀ, ନବ ଦନ୍ତାଃ, ଶ୍ରୀନିବାସ ପ୍ରଧାନ, ଅଜୟ କୁମାର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସୁମନ୍ତ କୁମାର ମହାରଣା, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଜଗଦୀଶ କଲାର, କେଶରୀ ଦୁର୍ଗା, ଅଶୋକ କୁମାର ପୃଷ୍ଟି, ମଧୂସୁଦନ ଶର୍ମା, ରେଙ୍ଗୁଟୁ ପ୍ରଧାନ, ରବିନ୍ଦ୍ର କୁମାର ପଟେଲ, ମୁରାରୀ ପାଣିଗ୍ରାହୀ, ପ୍ରେମାନନ୍ଦ ଜେନା, ଜଗନ୍ନାଥ ଗଡନାୟକ, ସହଦେବ ପୃଷ୍ଠି, ସଞ୍ଜୀବ କୁମାର ରଣା, ବୈରାଗୀ ଚରଣ ବେହେରା, କୌଲାସ ଚନ୍ଦ୍ର ବାରିକ, କୌଶିକ ଚାନ୍ଦ, ଉପେନ୍ଦ୍ର ରାଉଲ, ସୁରଥ ସେଠୀ, ତପନ କୁମାର ବେହେରା, ସୁଭେଶ ଚନ୍ଦ୍ର ମିଶ୍ର, ଅବନେଶୂର ପ୍ରଧାନ,ପ୍ରଭାତ କୁମାର ସ୍ୱାଇଁ, ସନ୍ତୋଷ କୁମାର ବିଶ୍ଵାଳ, ଗଜେନ୍ଦ୍ର ଚୌଧୁରୀ, ସୂର୍ୟ ଦାସ, ସୁନିଲ କୁମାର ମହାନ୍ତି,ରତିକାନ୍ତ ରାଜବଂଶୀ, ପ୍ରଦୀପ କୁମାର ସାହୁ, ସନ୍ତୋଷ କୁମାର ସ୍ୱାଇଁ, ବିକ୍ରମ ରାଉତ, ସୁଶ୍ରୀ ଜୟ ଲକ୍ଷ୍ମୀ ମହାନ୍ତି, ପୂର୍ଣିମା ଦାଶ, ଅମିତା କର, ସୁମିତ୍ରା ପାଣି, ମାନିନୀ ଷଡଙ୍ଗୀ, ରୋଜାଲିନ ମହାନ୍ତି, ବନ୍ଦନା କାନୁନଗୋ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ୩ ଶହରୁ ଊର୍ଦ୍ଧ୍ବ ଚାଷୀ ସାମିଲ ହୋଇଥିଲେ।
