ରାଉରକେଲା :20//12,(ଉତ୍କଳ ସମାଚାର) ମ୍ୟୁନିସିପାଲ୍ ମହାବିଦ୍ୟାଳୟ ରାଉରକେଲା ଓ ପିଏମ୍ ଉଷା ର ମିଳିତ ସହଯୋଗରେ, ଅଧ୍ୟାପନା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପଞ୍ଚଦିବସୀୟ କର୍ମଶାଳା, “ଉଚ୍ଚ ଶିକ୍ଷାରେ କୃତ୍ରିମ ବୁଦ୍ଧିମତା: ପ୍ରସଙ୍ଗ, ଆହ୍ବାନ ଏବଂ ପ୍ରସ୍ତାବ” ଆରମ୍ଭ ହୋଇଯାଇଛି। ଏ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବ ବିଦ୍ୟାଳୟର ର କୁଳପତି ପ୍ରଫେସର ଅମୀୟ କୁମାର ରଥ ମାନବ ବିକାଶଧାରାରେ ତାର୍କିକ ଚିନ୍ତାର ଗୁରୁତ୍ତ୍ବ ଓ ଏ.ଆଇ. ର ପରିସର ଉପରେ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥି ରୁପେ ଉପ-ଜିଲ୍ଲାପାଳ, ପାନପୋଷ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ କୁମାର ନାୟକ ଆଧୁନିକ ସମାଜରେ ଏ.ଆଇ. ର ଆବଶ୍ୟକତା ସଂପର୍କରେ ଆଲୋଚନା କରି କହିଥିଲେ ଯେ ଏହା ତଥ୍ୟ ପ୍ରଦାନ କରିବାରେ ନିପୁଣ କିନ୍ତୁ ଗୁରୁଙ୍କ ସ୍ଥାନ ନେବାରେ ଅସମର୍ଥ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସନାତନ ପଧାନ ଯୋଗ ଦେଇ ମହାବିଦ୍ୟାଳୟର ଗରିମା ତଥା ଏ.ଆଇ. ର ବିଶେଷ ପ୍ରୟୋଜନତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଏନ୍.ଆଇ. ଟି. ରାଉରକେଲାର ମାନେଜମେଣ୍ଟ ବିଭାଗର ପ୍ରଫେସର ରାଜୀବ କୁମାର ପଣ୍ଡା ଯୋଗଦାନ କରି ପୁରାଣ ପ୍ରସଙ୍ଗରେ କ୍ରମରେ ଦ୍ରୋଣାଚାର୍ଯ୍ୟ, ଏକଲବ୍ୟ ସମୟର ଶିକ୍ଷାରେ ଆଜିର ଆଧୁନିକ ଯୁଗୀୟ ଶିକ୍ଷାରେ ଏ.ଆଇ. ର ପ୍ରତିଫଳନ ସଂପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାଟି ଦୁଇ ପର୍ଯାୟ ବିଶିଷ୍ଟ ଭାବେ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯାୟରେ ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ରୁମା ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ପ୍ରିୟଙ୍କା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ବିଜୟ କୁମାର ପାଢ଼ୀ କର୍ମଶାଳାର ଅବଧି, ପର୍ଯ୍ୟାୟ ଓ ରୁପରେଖ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମ ସଂଯୋଜକ ଆକାଶ ଚନ୍ଦ୍ର ଦାସ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଆଶିର୍ବାଦ ମାଝି ଏହାର ସହ ସଂଯୋଜନାର ଦାୟୀତ୍ବ ନେଇଥିଲେ ।ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ XIM ବିଶ୍ବବିଦ୍ୟାଳୟର ପ୍ରଫେସର ଡା. ଦେବେନ୍ଦ୍ର କୁମାର ଯାଦବ ଏ. ଆଇ. ର ଶିକ୍ଷା କ୍ଷେତ୍ରରେ ପ୍ରୟୋଗ ଓ ବହୁମୂଖୀ ଉପଯୋଗୀତା ସଂପର୍କରେ ଆଲୋଚନା କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୦୦ ରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପିକା ସୁଶ୍ରୀ ଶିଳ୍ପୀ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସର୍ବଶ୍ରୀ ଗୋଲକ ବିହାରୀ ଦଳବେହେରା, ସୁମନ ପାଣିଗ୍ରାହୀ, ବିନୋଦ୍ ବେକ୍, ସୁନୀତା ମିଶ୍ର, ଦିବ୍ୟା ବିଲୁଂଗ, ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

