ରାଉରକେଲା:20//12,(ଉତ୍କଳ ସମାଚାର) ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ ସରସ୍ବତୀ ବିଦ୍ୟା ମନ୍ଦିରରେ ଉଦ୍-ବୋଧନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ପାଣି ସଭାପତିତ୍ବ ଆସନ ଗ୍ରହଣ କରିଥିବାବେଳେ ଉଦବୋଧନୀର ଜିଲ୍ଲା ସମ୍ପାଦକ ଶିକ୍ଷାବିତ ଆଲୋକ ରଂଜନ ମଲ୍ଲିକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ମୁଖ୍ୟବକ୍ତା ଆସନ ଅଳଙ୍କୃତ କରିଥିଲେ । ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ଶ୍ରୀ ମଲ୍ଲିକ ପ୍ରଥମେ ଆଜିର କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ତତ୍ ପରେ ଅତିଥି ସ୍ବାଗତ ଓ ପରିଚୟ ପ୍ରଦାନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଜିର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସଭାପତିଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପରେ ତିନି ଜଣ ଛାତ୍ର ଛାତ୍ରୀ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଦାଶ ପିଲା ମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟଅତିଥି ଓ ମୁଖ୍ୟ ବକ୍ତାଙ୍କ ଅଭିଭାଷଣ ପରେ ବରିଷ୍ଠ ଶିକ୍ଷକ ମଦନ ମୋହନ ଆରୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମବେତ ବନ୍ଦେ ମାତରଂ ଗାନ କରାଯାଇଥିଲା ପରେ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

