ପାପଡାହାଣ୍ଡି -21:12:25-(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ବ୍ଲକ ସମ୍ବିଳନୀ କକ୍ଷ ଠାରେ ପାପଡାହାଣ୍ଡି ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମୋଟ 30 ଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ଭତ୍ତା ଏବଂ ଜଣଙ୍କୁ ହୁଇଲ ଚେୟାର ବଣ୍ଟନ କରାଯାଇଛି, ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହେମଲତା ମାଝୀ, ସଂମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ କିସାନ ଏବଂ ସହକର୍ମୀ ପ୍ରମୁଖ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ

