ରାଉରକେଲା:21//12,(ଉତ୍କଳ ସମାଚାର) ଜିଲ୍ଲାର ମଣ୍ଡଳ ସ୍ତରୀୟ ବୈଠକ ଆଜି ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ବିଜେପି ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଭାନେତ୍ରୀ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନୂତନ ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର, ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା ଓ ରାଜ୍ୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଭାନେତ୍ରୀ ତାଙ୍କ ସ୍ଵାଗତ ଭାଷଣରେ ସମସ୍ତଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବକ୍ତବ୍ୟରେ ଏହି ବୈଠକର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରାଯିବା ସହ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ । ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା ତାଙ୍କ ବକ୍ତବ୍ୟରେ ବିଜେପି ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଘର ଘର ବୁଲି ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଭାରୀ ବଟ କିଶୋରେ ମିଶ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉପସ୍ଥିତ ମଣ୍ଡଳ ସଭାପତିଙ୍କ ଉପସ୍ଥାନ ନେଇଥିଲେ। ଏଥିସହିତ ପ୍ରତି ମଣ୍ଡଳରେ ଅସମ୍ପୂର୍ଣ୍ଣ ବୁଥ କମିଟିଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହ ସଂଗଠନର ଜଣେ ସକ୍ରିୟ କର୍ମୀ ଭାବେ ନିଜକୁ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ଜଣେ ଭାରତୀୟ ଜନତା ପାର୍ଟିର ବୀର ସୈନିକ ଏବଂ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବା ଓ ଜନତାଙ୍କ ବିଶ୍ୱାସଭାଜନ ହେବା, ନିଜର ପଦବୀ ଓ ଦାଇତ୍ୱକୁ ସୁଚାରୁ ରୂପେ ସମ୍ପାଦନା କରି ନେତୃତ୍ୱ ନେବାକୁ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତି ତିନି ମାସରେ ଥରେ ଜିଲ୍ଲାରେ ମଣ୍ଡଳ ସ୍ତରୀୟ ବୈଠକ କରିବାପାଇଁ କହିଥିଲେ । ସଂଗଠନହି ଶକ୍ତି , ବିନା ସଙ୍ଗଠନରେ ଅଗ୍ରଣୀ ହୋଇପାରିବ ନାହିଁ। ଏଣୁ ସମସ୍ତେ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଥିଲେ ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ , ରାଜ୍ଯ ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ବରିଷ୍ଠ ନେତା ରାଜେନ୍ଦ୍ର ସାହୁ। ଏହି କାର୍ଯ୍ୟକ୍ରମରେ ନାଗ୍ରା ତନ୍ତୀ ସମାଜର ସଭାପତି ସନ୍ତୋଷ ତନ୍ତୀଙ୍କୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତୃବୃନ୍ଦ, ମଣ୍ଡଳ ସଭାପତି ଓ ତାଙ୍କ କମିଟି ଓ ଉପେକ୍ଷିତ କର୍ମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ବୈଠକ ସମାପ୍ତ କରାଯାଇଥିଲା। ଶେଷରେ ଜଗନ୍ନାଥ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

