ରାଉରକେଲା:21//12,(ଉତ୍କଳ ସମାଚାର) ଆଜି ସେକ୍ଟର ୧୬ ସ୍ଥିତ ଡ଼ିଏଭି ସ୍କୁଲ ରେ ଆୟୋଜିତ ଚିତ୍ରକଳା କ୍ରାପଟ, ସମାଜ ବିଜ୍ଞାନ, ବିଜ୍ଞାନ, ସାହିତ୍ୟ ଓ ଗଣିତ ପ୍ରଦର୍ଶନୀକୁ ବିଶିଷ୍ଟ ଚିତ୍ରାଶିଳ୍ପୀ ତଥା ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ ରମେଶଚନ୍ଦ୍ର ପାତ୍ର ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ପରେ ସମସ୍ତେ ସମବେତ କଣ୍ଠରେ ବେଦମନ୍ତ୍ର ଓ ପ୍ରାର୍ଥନା କରିଥିଲେ l ମୂଲ୍ୟାଙ୍କନ ପାଇଁ ଶ୍ରୀ ପାତ୍ର ଙ୍କୁ ଚିତ୍ରକଳା ଓ କ୍ରାପ୍ଟ ବିଭାଗକୁ ଶିକ୍ଷୟିତ୍ରୀ ବନିତା ପୁରୋହିତ ଓ ମଧୁମିତା ବେହେରା ସହଯୋଗ କରିଥିଲେ l ବିଜ୍ଞାନ ବିଭାଗ ଓ ଗଣିତ ବିଭାଗକୁ ଅତିଥି ବିଚାରକ ମୀନା ନାଏକ ଓ ପାୟଲ ସାହୁ ମୂଲ୍ୟାଙ୍କନ କରିଥିଲେ ଏବଂ ଅନୀତା ଦାସ, ସୁସ୍ମିତା ଜେନା, ସସ୍ମିତା ଦାସ, ସ୍ମିତା ପରିଡା ଓ ମାନସ ରଞ୍ଜନ ସାହୁ ସହଯୋଗ କରିଥିଲେ l ଅନ୍ୟାନ୍ୟ ବିଭାଗକୁ ରଞ୍ଜନ ସାହୁ, ଭବାନୀ ପ୍ରଧାନ, ସୁନିତା ଗିରି ଓ ସରୋଜା ବାରl ମୂଲ୍ୟାଙ୍କନ କରିଥିଲେ। ସୁନିତା ପ୍ରଧାନ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ l ସ୍କୁଲର ଅଧ୍ୟକ୍ଷ ରାଜେଶ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ସଫଳ ରୂପାୟନ ହୋଇଥିଲା l

