କେନ୍ଦୁଝର :21//12,(ଉତ୍କଳ ସମାଚାର)ଆଜି ନଗରଭବନ ଠାରେ କେନ୍ଦୁଝର ଜିଲ୍ଲାର ଅନ୍ୟତମ ମାନବୀୟ ଅନୁଷ୍ଠାନ ଇଣ୍ଡିଆନ ବାଇ ବାର୍ଥ ପକ୍ଷରୁ ଏକ ସମୃଦ୍ଧ କେନ୍ଦୁଝର ବିକଶିତ ଓଡିଶା ୨୦୨୫ କନକ୍ଳେଭ ଆୟୋଜିତ ହୋଇଯାଇଛି,ଫାଉଣ୍ଡର ଟ୍ରଷ୍ଟି ଇଂ ସୁନୀଲ କୁମାର ବେହେରା ଏବଂ କୋ ଫାଉଣ୍ଡର ଟ୍ରଷ୍ଟି ଇଂ ସତ୍ୟରଞ୍ଜନ ସାହୁ ଙ୍କ ସଂଯୋଜନା ରେ ଏହି ଆଲୋଚନା ଚକ୍ର ରେ ଜିଲ୍ଲାର ବହୁ ବୁଦ୍ଧିଜୀବି, ରାଜନେତା, ସାଧାରଣ ଜନତା, ସମାଜସେବୀ, ପ୍ରଶାସନିକ ଅଧିକାରୀ ଯୋଗଦେଇ ନୂତନ କେନ୍ଦୁଝର ପରିକଳ୍ପନା ସମ୍ପର୍କ ରେ ସୁଚିନ୍ତିତ ମତାମତ ରଖିଥିଲେ, ସର୍ବ ସମ୍ମତ ମତାମତଅନୁଯାୟୀ କେନ୍ଦୁଝର ର ସୁ ସନ୍ତାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମୃଦ୍ଧ କେନ୍ଦୁଝର ନିର୍ମାଣ ଉଦ୍ୟମ କୁ ଜାତି ବର୍ଣ ଗୋଷ୍ଠୀ ନିର୍ବିଶେଷରେ ଗଠନ ମୂଳକ ସହଯୋଗ ଦେଇ ସ୍ୱାଭିମାନୀ କେନ୍ଦୁଝରିଆ ଙ୍କ ନୂତନ କେନ୍ଦୁଝର ପରିକଳ୍ପନା କୁ ସାକାର କରିବାକୁ ମତ ରଖିଥିଲେ,

