ସମ୍ବଲପୁର,୨୫/୧୨(ଉତ୍କଳ ସମାଚାର),(ସରୋଜ ସାହୁ):ବୁର୍ଲା ଅଟଳ ଛକ ଠାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଦିବସ ଅବସରରେ ସୁଶାସନ ଦିବସ ପାଳନ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ରେ ଜିଲ୍ଲା ପ୍ରଶାସନ ଏବଂ ଅଟଳ ବିହାରୀ ବାଜପେୟୀ ଜୟନ୍ତୀ ସମିତି ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡିଶା ସରକାର ରବିନରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ(ଭା.ପୋ.ସେ), ଜିଲ୍ଲାପାଳ, ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ (ଭା.ପୋ.ସେ),ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରୀ( ଭା.ପ୍ର.ସେ)ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁଶାସନ ଦିବସ ଅବସରରେ ହୋଇଥିବା ମାରାଥନ ରେ ଯୋଗ ଦେଇଥିବା ଜନତା ଙ୍କୁ ଶୁଭେଛା ଜଣାଇଥିଲେ। ଆସନ୍ତା ବର୍ଷ ବୁର୍ଲା ଠାରେ ଶ୍ରୀ ଅଟଳ ବିହାରୀ ଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଥିବା ଅଟଳ ଉଦ୍ୟାନ ଠାରେ ଅତ୍ୟାଧୁନିକ ଆକର୍ଷଣୀୟ ଉଦ୍ଦ୍ୟାନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ I ଏହି ଉଦ୍ୟାନ କୁ ଏମିତି କରିବା ଯେମିତି ବୁର୍ଲା, ଓଡ଼ିଶା ର ବିକାଶ ର ଗୋଟେ ପ୍ରମୁଖ ପେଣ୍ଠସ୍ଥଳ ଭାବେ ପରିଚିତ ହେବା।କେବଳ ସେତିକି ନୁହେଁ ବୁର୍ଲା ଥରେ ସ୍ଥିତ ପାୱାର ଚ୍ୟାନେଲ କୁ ଏକ ଅତ୍ୟାଧୁନିକ ଜଳାଶୟ ରେ ବିକାଶ କରନ୍ତୁ ଯେମିତି ଏହା ବୁର୍ଲା ର ଶ୍ରୀ ବୃଦ୍ଧି କରିବା ଅନେକ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିବା ବୋଲି କହିଥିଲେ।କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ମୁଖ୍ୟନ୍ତ୍ରୀଙ୍କ ନେତୃତ ରେ ଆମ ରାଜ୍ୟ ରେ ଗୋଟିଏ କଲ୍ୟାଣକାରୀ ଶାସନ ପ୍ରଣାଳୀ ଚାଲିଛି।ସୁଶାସନ କେବଳ ସରକାର ର କାମ ନୁହେଁ ଏହା ପାଇଁ ଜନସାଧାରଣ ଙ୍କ ସହଯୋଗ ର ଆବଶ୍ୟକ ତ ଅଛି ବୋଲି କହିଥିଲେ।ଯେପର୍ଯ୍ୟନ୍ତ ନାଗରିକ ନିଜେ ଦାୟିତ୍ଵ ନ ନେଇଛନ୍ତି ସେପର୍ଯ୍ୟନ୍ତ ଦେଶର ବିକାଶ ହୋଇପାରିବ ନାହିଁ, ବିକଶିତ ଭାରତ ର ସ୍ଵପ୍ନ ପୁରା ହୋଇପାରିବ ନାହିଁ।ସମ୍ବଲପୁର କୁ ଅତ୍ୟାଧୁନିକ ଅଞ୍ଚଳ ରୂପେ ପରିଣତ କରିବା ପାଇଁ ରାସ୍ତା ଘାଟ ନିର୍ମାଣ ଚାଲିଛି।ସେଥିପାଇଁ ଗୋଶାଳା ରୁ ଆରମ୍ଭ କରି ମାଝିପାଲି ପର୍ଯ୍ୟନ୍ତ ରିଙ୍ଗ ରୋଡ ର ନିର୍ମାଣ ପାଇଁ ୮୦୦ କୋଟି ର ବ୍ୟୟ ର ଟେଣ୍ଡର ସ୍ତିର ହୋଇଯାଇଥିବାର ସୂଚନା ଦେଇଥିଲେ। ସମ୍ବଲପୁର ରେ କେନ୍ଦ୍ର ରୁ ଆସିଥିବା ୫୦ ଟି ଇଲେକ୍ଟ୍ରି ବସ ଚାଲିବ।କେବଳ ବିକାଶ କଲେ ହେବା ନାହିଁ ସ୍ୱଚ୍ଛତା ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ସ୍ୱଚ୍ଛତା ର ଆନ୍ଦୋଳନ ପ୍ରତ୍ୟେକ ଘରୁ ଆରମ୍ଭ ହେବା ଦରକାର। ପ୍ରତ୍ୟେକ ଦିନ ବିକଶିତ ଭାରତ ପାଇଁ ଇଞ୍ଚିଏ ରାସ୍ତା ସମସ୍ତଙ୍କୁ ଚାଲିବାକୁ ପଡ଼ିବ ବୋଲି ସେ କହିଥିଲେ। ସୁଶାସନ ଦିବସ ଓ ପୂର୍ବତନ ପ୍ରଧାମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଙ୍କ ର ୧୦୧ ତମ ଜୟନ୍ତୀ ପାଳନ ଅବସରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରବେଶ ପଥ ଠାରୁ ଅଟଳ ଉଦ୍ୟାନ ପର୍ଯ୍ୟନ୍ତ ଏକ ବିଶାଳ ଗଣଦୌଡ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜନସାଧାରଣ ଯୋଗଦେଇଥିଲେ।

