ରାଉରକେଲା ୨୫/୧୨,(ଉତ୍କଳ ସମାଚାର) ପ୍ରତିବର୍ଷ ଭଳି ଚଳିତ ବର୍ଷ ବ୍ରାହ୍ମଣୀ କ୍ଲବ ପରିସରରେ ବଡଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବ ପରିସରକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଏକ୍ସମାସ ଟ୍ରୀ, ସାଣ୍ଟାକ୍ଲଜ ସହିତ ତାରକାରେ ପରିପୂର୍ଣ୍ଣ ପରିସରକୁ ସଜ୍ଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀ କ୍ଲବର ପଦାଧିକାରୀଙ୍କ ସମେତ ପରିବାରର ସଦସ୍ୟମାନେ ଯୋଗ ଦେଇ ଖ୍ରୀଷ୍ଟମାସକୁ ଆନନ୍ଦ ଉଲ୍ଲାସ ସହିତ ପାଳନ କରିଥିଲେ। ଆଜି ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଷେଶକରି ଛୋଟ ପିଲାମାନଙ୍କ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ନେଇ ସାଣ୍ଚାକ୍ଲଜ୍ ଛୋଟ ଛୋଟ ପିଲାମାନଙ୍କୁ ଚକୋଲେଟ୍ ଏବଂ କେକ୍ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଜୟୀ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ କ୍ଲବର ଉପାଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ କହିଥିଲେ ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବଡଦିନର କାର୍ଯ୍ୟକ୍ରମ ଧୂମଧାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କ ସହିତ ମହିଳାମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବିଶେଷକରି ଗୀତ, ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗୋଟିଏ ବଡ କେକ୍ ମଧ୍ଯ କଟାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀ କ୍ଲବର ସମ୍ପାଦକ ନିଗମ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ନିମେ ଲାଟ୍, କୋଷାଧ୍ୟକ୍ଷ ଅମିତ୍ ଅଗ୍ରୱାଲ, ସଭ୍ଯ ସି ଏସ୍ ସାଲୁଜା, ରୋହିତ ଅଗ୍ରୱାଲ, କାର୍ଯ୍ୟକ୍ରମ ଅଧ୍ଯକ୍ଷ ଉଷା ଅଗ୍ରୱାଲ, ସୋନିଆ ସାଲୁଜା ଏବଂ ଅନ୍ୟାନ୍ୟ ସକ୍ରିୟ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ କ୍ଲବ ପରିସରରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା।

