ରାଉରକେଲା ୨୬/୧୨,(ଉତ୍କଳ ସମାଚାର)ମୁଁ ଓଡ଼ିଆ ମୁଁ ଗର୍ବିତ ସଂଗଠନ ପକ୍ଷରୁ ଆଜି ସଂଧ୍ୟାରେ ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମାହାନ୍ତି ଙ୍କ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସଂଗଠନ ର ଅଧ୍ଯକ୍ଷ ବିଭୁଦାନନ୍ଦ ତ୍ରିପାଠୀ ଙ୍କ ସଭାପତିତ୍ବରେ ସଂଗଠନ ର ସଦସ୍ଯବୃନ୍ଦ ଉପସ୍ଥିତ ଥିଲେ। ସଂଗଠନ ର ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ନାୟକ ପ୍ରାରମ୍ଭିକ ସ୍ବାଗତ ଅଭିଭାଷଣ ରଖିଥିଲେ। ସଂଗଠନ ର ପୃଷ୍ଠପୋଷକ ତଥା ବରିଷ୍ଠ ବିଜେଡି ନେତା ସୁଧିର ସୁନ୍ଦର ରାୟ ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମାହାନ୍ତି ଙ୍କ ସହ ବିତାଇଥିବା ସ୍ମରଣୀୟ ମୂହୁର୍ତ୍ତ ସହ ତାଙ୍କର ଅତୀତର ଅନେକ ଅଭୁଲା କଥା ରଖିଥିଲେ। ସଂଗଠନ ର ଅଧ୍ଯକ୍ଷ ବିଭୁଦାନନ୍ଦ ତ୍ରିପାଠୀ ଆନନ୍ଦ ଭାଇ ଙ୍କ ସହ ମିଶି ନୀଳଚକ୍ର ରେ ଅନେକ କାର୍ଯ୍ଯ କରିଥିବା ବେଳେ ତାଙ୍କ ର ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଦୃଢ ସମର୍ଥନ ଉଲ୍ଲେଖ କରିଥିଲେ। ପ୍ରାରମ୍ଭ ରେ ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମାହାନ୍ତି ଙ୍କ ଫଟୋଚିତ୍ର ରେ ଉପସ୍ଥିତ ସମସ୍ତ ସଦସ୍ୟ ଧୂପ ଲଗାଇ ଆମର ଆତ୍ମା ର ସଦଗତି କାମନା କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ତାଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନ ର ପୃଷ୍ଠପୋଷକ ଅନିରୁଦ୍ଧ ବିଶ୍ବାଳ,ଦିଲୀପ ଦାସ, ସମ୍ପାଦକ ପ୍ରତିଭା ପ୍ରିୟଦର୍ଶିନୀ, ସରୋଜ ନାୟକ,ଜିତେନ ମାଛଖଣ୍ଡ, ଯୁଗ୍ମ ସମ୍ପାଦକ ଗିରିଜାନନ୍ଦ ତ୍ରିପାଠୀ, କୋଷାଧ୍ୟକ୍ଷ ଲୀନା ନାୟକ, ସାଂସ୍କୃତିକ ସମ୍ପାଦକ ପ୍ରିତୀରାଣୀ ରାଉତ କାର୍ଯ୍ୟକାରୀ ସଦସ୍ୟ ମନ୍ମଥ ଦେ,ହେମଲତା ପ୍ରସାଦ, ସତ୍ୟବାନ ରାଉତ,ଅଜୟ ପ୍ରସାଦ,ଲଳିତ ରାଉତ,ବିଜୟ ପ୍ରସାଦ,ଊତୁରେଖା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

