ରାଉରକେଲା:26//12,(ଉତ୍କଳ ସମାଚାର) ହମିରପୁର ଉନ୍ନୟନ ପରିଷଦ ତରଫରୁ ପବିତ୍ର ଖ୍ରୀଷ୍ଟମାସ ଓ ଆସନ୍ତା ନୂଆବର୍ଷ ପାଇଁ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ ସୁମନ ଦତ୍ତଙ୍କ ସଭାପତିତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ମୁଖ୍ୟଅତିଥି, ପ୍ରାଧ୍ୟାପକ ଡ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇବା ସହ ସାଇବର ଠକେଇରୁ ବଞ୍ଚିବା ପାଇଁ ଉପାୟ ଓ ଅନ୍ୟାନ୍ୟ ଉପାଦେୟ ତଥ୍ୟ ମାଧ୍ୟମରେ ନିଜର ସୁରକ୍ଷା ତଥା ଭାଇଚାରା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଡ ମଲ୍ଲିକ ଯିଶୁଙ୍କ ଜୀବନାଦର୍ଶ ଓ ବାଇବେଲ ର କିଛି ପଂକ୍ତି ଉଦ୍ଧାର କରି ବଡ଼ଦିନ କିପରି ସମସ୍ତଙ୍କ ମଧ୍ୟରେ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ, ଭାଇଚାରା ସାରା ବିଶ୍ବରେ ବଣ୍ଟନ କରିଛି,ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନର ସୁନ୍ଦର ଅବସର ବୋଲି ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯଥା ସମାଜସେବା ପାଇଁ ନିମାଇଁ ଚରଣ ରାୟ, ଅଙ୍ଗନବାଡି କର୍ମୀ ସୈ।ଦାମିନୀ ସାମଲ, ସାହିତ୍ୟ କ୍ଷେତ୍ର ପାଇଁ ଡ ନଗେନ କୁମାର ଦାସ, କ୍ରୀଡା କ୍ଷେତ୍ର ପାଇଁ ହରମନ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଓ ପରେ ହରମନ ଲାକ୍ରା,ଦେଓନିଶ ଲାକ୍ରା ବାଇବେଲ ପାଠ କରି ସମାଜରେ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ସମ୍ପାଦକ ନିରଞ୍ଜନ ଦାସ,ପି କେ ସୋମ୍,ଏସ କେ ରାୟଗୁରୁ, ନିରଞ୍ଜନ ସାମନ୍ତରାୟ, ଅଶୋକ କୁମାର ସାହୁ, ମହେନ୍ଦ୍ର ପଣ୍ଡିତ, ମହେଶ୍ୱର ସାହୁ, ଗଣେଶ ଜୟସିଂହ, ଅନିଲ କୁମାର ବାଲଚାନ୍ଦନୀ,କେ କେ ବିଶ୍ବାଳ, ପ୍ରକାଶ ଗୁପ୍ତା,ଡା ଗୋପାଳ ଚନ୍ଦ୍ର ରାୟ, ପ୍ରଫୁଲ୍ଲ ସ୍ବାଇଁ, ରମେଶ ଯାଦବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

