ରାଉରକେଲା:26//12,(ଉତ୍କଳ ସମାଚାର)ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ଦୁଇଦିନ ଅର୍ଥାତ ୨୪.୧୨.୨୦୨୫ ଏବଂ ୨୫.୧୨.୨୦୨୫ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣିମା କେରକେଟାଙ୍କ ନେତୃତ୍ବରେ ତା ୨୪.୧୨.୨୦୨୫ ରିଖ ବୁଧବାର ଦିନ ଆମ୍ବାଗାନ ଛକ ନିକଟସ୍ଥ ପାର୍କ ରେ ଥିବା ଅଟଳଜୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ଵକୁ ସ୍ଵଚ୍ଛ ଏବଂ ଧୌତ କରାଯାଇ ସାମୁହିକ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହାପରେ ସଂଧ୍ୟାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଧ୍ୟ ସାମୁହିକ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା ।ସେହିପରି ତା ୨୫.୧୨.୨୦୨୪ ରିଖ ଗୁରୁବାର ଦିନ ସଭାନେତ୍ରୀ ଶ୍ରୀମତୀ ପୂର୍ଣିମା କେରକେଟାଙ୍କ ନେତୃତ୍ବରେ ଆମ୍ବାଗାନ ଛକ ନିକଟସ୍ଥ ଅଟଳ ପାର୍କ ରେ ଥିବା ଅଟଳଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ରଘୁନାଥପଲ୍ଲୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୂର୍ଗା ଚରଣ ତନ୍ତୀ ମହୋଦୟଙ୍କ ସମେତ ବହୁ ସଂଖ୍ୟାରେ ସମ୍ମାନନୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଗଣ ଏକତ୍ରିତ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୂର୍ଗା ଚରଣ ତନ୍ତି ମହୋଦୟ ଅଟଳଜୀଙ୍କ ଜୀବନୀ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କର ଶ୍ରୁତି ଚାରଣ କରିଥିଲେ ଏବଂ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଅଟଲଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦେଶ ସେବାରେ ନିଜକୁ ସମର୍ପଣ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହାପରେ ଜିଲ୍ଲା ବିଜେପି ସଭାନେତ୍ରୀ ଶ୍ରୀମତୀ ପୂର୍ଣିମା କେରକେଟା ଏବଂ ରଘୁନାଥ ପଲ୍ଲୀ ବିଧାୟକ ଶ୍ରୀଯୁକ୍ତ ଦୂର୍ଗା ଚରଣ ତନ୍ତି ମହୋଦୟ ଙ୍କ ସମେତ ଉପସ୍ଥିତ ସମସ୍ତେ ଟିମ୍ବର କଲୋନୀ ନିକଟସ୍ଥ ଶାନ୍ତି ଭବନ ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନେତୃବୃନ୍ଦ, କର୍ମୀ ଆଦି ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

