ରାଉରକେଲା,26//12,(ଉତ୍କଳ ସମାଚାର) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ର ବୈଷ୍ଣବ ଦେବୀ ମନ୍ଦିର, ହନୁମାନ ବାଟିକା ପର୍ଯ୍ୟଟନ ସ୍ଥଳ ଓ ପିତାମହଲ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବି ର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା l ଏସପିସିବି ର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶ କ୍ରମେ ବିଭାଗୀୟ ଅଧିକାରୀ ବୃନ୍ଦଙ୍କ ଉପସ୍ଥିତରେ ପର୍ଯ୍ୟଟନ ଓ ପିକନିକ୍ ଅଞ୍ଚଳ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି l ପବିତ୍ର ସ୍ଥଳ ରେ ବର୍ଜ୍ୟ ବସ୍ତୁ କିମ୍ୱା ପଲିଥିନ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଥିଲା l ସ୍ୱଛତା ବାଜୟୀ ରଖିବାକୁ ଆହ୍ୱାନ କରାଯାଇଛି l ହନୁମାନ ବାଟିକା ରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିର କମିଟି ର ସେକ୍ରେଟାରୀ ଶୁଭ ପଟ୍ଟନାୟକ ଉପସ୍ଥିତ ଥିଲେ l ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଅନୁଷ୍ଠାନ ର ସ୍ବେଛାସେବୀଗଣଙ୍କ ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ l

