ରାଉରକେଲା:30//12,(ଉତ୍କଳ ସମାଚାର) ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶ କ୍ରମେ ରାଉରକେଲା ଉଦିତନଗର ସ୍ଥିତ ଟିପିଡବ୍ଲୁଓଡିଏଲ୍ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଓଡିଶାର ଟାଟା ପାୱାର ଯେପରି ଭାବରେ ଜନସାଧାରଣଙ୍କ ନିକଟରୁ ଗୁଣ୍ଡାଗିରି କଲାଭଳି ଇଲେକ୍ଟ୍ରିକ୍ ବିଲ୍ ବାବଦ ଟଙ୍କା ଆଦାୟ କରୁଛନ୍ତି ଏବଂ ଅତିରିକ୍ତ ଜମାରାଶି ପାଇଁ କୁହାଯାଉଛି, ତାହାକୁ କଂଗ୍ରେସ ତରଫରୁ ତୀବ୍ର ବିରୋଧ କରାଯାଉଛି। ଗୋଟିଏ ପଟେ ଓଡିଶାର ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ କହି ଭୋଟ ନେଇ ସରକାର ଗଠନ କରିଥିଲେ। କିନ୍ତୁ ଅନ୍ଯପକ୍ଷରେ ଟାଟା ପାୱାରକୁ ସମ୍ପୂର୍ଣ୍ଣ ଅଧିକାର ଦେଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ଟାଟା ପାୱାରର ଅତିରିକ୍ତ ଜମାରାଶିକୁ ତୁରନ୍ତ ବାତିଲ କରିବା ସହିତ ଏବଂ ଓଡିଶା ଜନସାଧାରଣଙ୍କୁ ଏଥିରୁ ମୁକ୍ତ କରନ୍ତୁ, ନଚେତ୍ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଟାଟା ପାୱାରକୁ କଂଗ୍ରେସ ଓଡିଶାରୁ ବିତାଡିତ କରିବ ବୋଲି ମଧ୍ଯ କଂଗ୍ରେସ ଚେତାବନୀ ଦେଇଛି। ରାଉରକେଲା ଜିଲ୍ଲା କଂଗ୍ରେସର ଏହି ବିକ୍ଷୋଭ ଓ ଘେରାଉ ଜିଲ୍ଲା କଂଗ୍ରେସ ସଭାପତି ସବିର ହୁସେନଙ୍କ ନେତୃତ୍ବରେ ହୋଇଥିଲା ।ଏଥିରେ ରାଉରକେଲା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ରବି ରାୟ, ଓଡିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଖଗେନ ସେଠି, ଆଦେଶ ସୁନା, ସାକିର ହୁସେନ, ଶ୍ରୀମତୀ ଝରଣା ତ୍ରିପାଠୀ, ମନୋଜ ପାଣିଗ୍ରାହୀ, ଶରତ ପାଢୀ, ଶିବ ସୁନା, ସେନାପତି ପୃଷ୍ଟି, ବିଜୟ ନାହାକ, ଡେଭିଡ୍ ରାଓ, ଦୁଶା ନାୟକ, ଅକରମଉଲ ହକ୍, ସୁଖଦେବ ତାଣ୍ଡି, ଲକ୍ଷ୍ମୀଧର କୁସଲ, ଅନକିତ ମୁଗୁରୀ, ରୋହିତ ନନ୍ଦ, ସଞ୍ଜୟ ଛତର, ଋଷି କୁମ୍ଭାର, ସୁମିତ ନାଗ, ଭୋଲା ମହାନନ୍ଦ, ରାହୁଲ କୁଶଲ, ଶ୍ରୀକାନ୍ତ ମହାନନ୍ଦ, ଜଗଦୀଶ ଛତର, ଅମନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

