ରାଉରକେଲା ୩୧/୧୨,(ଉତ୍କଳ ସମାଚାର) ୧୯୯୪ ମସିହା ଡିସେମ୍ବର ୩୧ ତାରିଖରେ ରାଉରକେଲା ଇସ୍ପାତ କାରଖାନାର ସ୍ଥାୟୀ କାମରେ ନିଯୁକ୍ତ ଥିବା ୭ ହଜାରରୁ ଊର୍ଦ୍ଧ୍ବ ଠିକା ଶ୍ରମିକଙ୍କୁ ଛଟେଇ ବିରୁଦ୍ଧରେ ୩୧ ଡିସେମ୍ବରକୁ ହିନ୍ଦ ମଜଦୁର ସଭା ସହବନ୍ଧିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପ ଶ୍ରମିକ ସଭା ତରଫରୁ କଳା ଦିବସ ରୂପେ ପାଳନ କରାଯାଉଛି।ଆଜି ରାଉରକେଲା ବିର୍ସା ଛକ ଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ହିନ୍ଦ୍ ମଜଦୁର ସଭାର ରାଜ୍ୟ ସମ୍ପାଦକ ଏବଂ ସୁନ୍ଦରଗଡ ଜିଲ୍ଲା ଶିଳ୍ପ ଶ୍ରମିକ ସଭାର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ବରେ ଶତାଧିକ କର୍ମୀ ରାଉରକେଲା ଇସ୍ପାତ କାରଖାନା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କଳା ଦିବସକୁ ପାଳନ କରିବା ସହିତ ରାଉରକେଲା ଇସ୍ପାତ କାରଖାନାରୁ ୧୯୯୪ ଡିସେମ୍ବର ୩୧ ତାରିଖରେ ରାଉରକେଲା ଇସ୍ପାତ କାରଖାନା ସୁପ୍ରିମ କୋର୍ଟଙ୍କ ନାମ ନେଇ ମାତ୍ର ୩,୪୩୭ ଜଣ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ସହିତ ୭,୦୦୦ ଶ୍ରମିକଙ୍କୁ ଛଟେଇ କରାଯାଇଥିଲା। ଯାହାକି ସୁପ୍ରିମ କୋର୍ଟଙ୍କର ନିର୍ଦ୍ଦେଶ ନଥିଲା ବୋଲି କହିଛନ୍ତି ହିନ୍ଦ୍ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି। ରାଉରକେଲା ଇସ୍ପାତ କାରଖାନାର ୭୦୦୦ ଠିକା ଶ୍ରମିକ ଛଟେଇ ବିରୁଦ୍ଧରେ ଆଜି ସେହି ୧୯୯୪ ମସିହା ଡିସେମ୍ବର ୩୧ ତାରିଖର ଦିନକୁ ଆଜି ହିନ୍ଦ୍ ମଜଦୁର ସଭା ତଥା ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପ ଶ୍ରମିକ ସଭା ପକ୍ଷରୁ କଳା ଦିବସ ଭାବେ ପାଳନ କରାଯାଉଛି ବୋଲି କହିଛନ୍ତି ସୁନ୍ଦରଗଡ ଜିଲ୍ଲା ଶିଳ୍ପ ଶ୍ରମିକ ସଭାର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନାରୁ ଛଟେଇ ହୋଇଥିବା ୭୦୦୦ରୁ ଉର୍ଦ୍ଧ୍ବ ଠିକା ଶ୍ରମିକ ଆଜି ରାଜରାସ୍ତାରେ ବୁଲିବା ସହିତ ମୁଢି ଓ ଅନ୍ୟାନ୍ୟ ବେପାର କରି ପେଟ ପୋଷୁଛନ୍ତି ବୋଲି କହିଥିଲେ।

