ଚମକିଲେ ରାଉରକେଲାର ଖେଳାଳୀ
ରାଉରକେଲା,2//26,(ଉତ୍କଳ ସମାଚାର): ଡ଼ିସେମ୍ବର ମାସ ୨୪ ରୁ ୩୦ ପର୍ଯ୍ୟନ୍ତ ଛତିଶଗଡ଼ ସ୍ଥିତ ରେ ଥିମା ସଂସ୍କାର ଟିଟି ଇଟଂରନ୍ୟାସନାଲ ସ୍କୁଲ ଠାରେ ଉଦଯାପିତ ହୋଇଯାଇଛି ଜାତୀୟ ଉଷୁ ଫେଡ଼େରେସନ କପ ପ୍ରତିଯୋଗିତା । ସମଗ୍ର ଭାରତବର୍ଷରୁ ୨୦୦୦ ଖେଳାଳୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରଥିବାବେଳେ ୫୭ଜଣିଆ ଓଡ଼ିଶା ଉଷୁ ଦଳକୁ ରାଉରକେଲାରେ ୧୨ ଜଣ ଖେଳାଳୀ ଓ ୨ଜଣ ଖେଳାଳୀ ସ୍ପୋର୍ଟସ୍ ଉଷୁ ଆସୋସିଏସନ ଅଫ୍ ସୁନ୍ଦରଗଡ଼ର ତତ୍ୱାବଧାନରେ ପ୍ରତିନିଧିତ୍ୱ କରିଥିଲେ । ଟିକା ବାହାଦୂର ବୈଷୟିକ ଅଧିକାରୀ ଦାୟିତ୍ୱ ତୁଲାଇଥିବାବେଳେ ସୁଜନ ରଥ ଓଡ଼ିଶା ଦଳର କୋଚ୍ ଦାୟିତ୍ୱ ତୁଲାଇଥିଲେ । ରାଉରକେଲାର ୫ଜଣ ଖେଳାଳୀ ଚମତ୍କାର ପ୍ରଦର୍ଶନ କରି ୯ ଗୋଟି ମେଡ଼ାଲ,ଓଡ଼ିଶା ପାଇଁ ଜିତି ରାଉରକେଲାୂ ସମେତ ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଥିଲେ । ଉପ କନିଷ୍ଠ ବର୍ଗରେ ଅନିକେତ ମାଜି ଗୋଟିଏ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ , ଆରାଧନା ମାଝି ୧ କାଂସ୍ୟ, ତ୍ରିଷ୍ଣା ସେଠୀ ୧ କାଂସ୍ୟ, ଦିବ୍ୟଜ୍ୟୋତି ବେହେରା ୧ କାଂସ୍ୟ ପଦକ ଜିତିଥିଲେ । କନିଷ୍ଠ ବର୍ଗରେ ସମୃଦ୍ଧି ୧ ରୌପ୍ୟ ଏବଂ ୧ କାଂସ୍ୟ ପଦକ ଜିତିଥିଲେ ।–

