ରାଉରକେଲା:3//1,(ଉତ୍କଳ ସମାଚାର) ସାମାଜିକ ଅନୁଷ୍ଠାନ ଲେଡି ଲାୟନ ପକ୍ଷରୁ ଝିରପାଣି ବିଜୟ କ୍ଲବ୍ ପଡିଆ ଠାରେ ଦ୍ବିଦିବସୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବନ୍ଦିତା ମାହତୋ ଙ୍କ ଅଧ୍ୟକ୍ଷତା, କବିତା ମାହାତୋ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆ, ଧନମାୟା ବିଷ୍ଟ ଓ ଅନୁପମା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମର ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ହନୁମାନ ଚାଳିଶା ପାଠ, କଦଳୀ ଦୈ।ଡ, ବେଲୁନ ଦୈ।ଡ, ବାଳିକା ମାନଙ୍କର ଫୁଟବଲ ମ୍ୟାଚ, ଚିତ୍ରାଙ୍କନ,ମୁଖ ଚିତ୍ର,କୈ।ତୁକ ପୋଷାକ, ଜନଜାତି ଫେସନ ସୋ, କ୍ରିଏଟିଭ କିଡ୍ସ ବଜାର ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡ଼ିକର ବିଚାରକ ଭାବେ ସର୍ବଶ୍ରୀ ରାଜକୁମାର ପାଣ୍ଡେ, ଆଚାର୍ଯ୍ୟ ବିନୟ, ବିକ୍ରମ ମହାପାତ୍ର,ସୋନା ସୁମିତ୍ରା ଦାସ,ଗ୍ରେସି ଡେଭିଡ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ପ୍ରଥମ ଦିବସରେ ଅତିଥି ଭାବେ ଅଜିତ ତିର୍କି, ସୁଶିଲ କିଣ୍ଡୋ, ବିଜୟ ସିଂହ, ସଞ୍ଜୟ ସିଂ ଓ ଦ୍ବିତୀୟ ଦିବସରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି, ସ୍ବତନ୍ତ୍ର ଅତିଥି ଭାବେ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ଅଶୋକ କକ୍କଡ,ଅଞ୍ଜୁ କକ୍କଡ,ମଞ୍ଜୁ ମେହେର, ଶୈଳବାଳା ଦାସ, ପୂର୍ଣ୍ଣିମା ମହାନ୍ତି, ଗୈ।ରୀ କୁମ୍ଭାର, କାମିନୀ ମହନ୍ତ, ଆରତୀ ସାହୁ, ଦିପ୍ତୀ ବିଶ୍ବାଳ, ବିଜୟ ସୁନ୍ଦରାୟ, ଆରତୀ ସାହୁ,କେ ରାଉତ ପ୍ରମୁଖ ଯୋଗଦେଇଥିଲେ। ଫୁଟବଲ ମ୍ୟାଚରେ ସେକ୍ଟର ୨୧ ଜିଇଟି ଟିମ୍ ଚମ୍ପିୟାନ ଓ ସେକ୍ଟର ୬ ର ଜେଏଫଟି ଦଳ ରନର୍ସ ଅପ୍ ହୋଇଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ବିରାଙ୍ଗନା କ୍ରୋନିକାଲ କୁ ଅତିଥିମାନେ ଉନ୍ମୋଚିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଫୁଲମଣୀ ସମାଦ, ସୁଚିତ୍ରା ଦର୍ଜି,ଛବି ପରିଡ଼ା,ଛବିରାଣୀ ପାତ୍ର,ଭାରତୀ ତ୍ରିପାଠୀ, ବାସନ୍ତୀ ସେଠୀ ସୁକାନ୍ତି ଦେହୁରୀ,ପ୍ରିୟା ଯାଦବ, ସରିତା ସିଂ, ପ୍ରିୟଙ୍କା ସିଂ ଓ ସ୍ବେଚ୍ଛାସେବୀ ମୀରା ତିର୍କି, ସରିତା ପ୍ରଧାନ,ଅନୁଷ୍କା ଜୋଜୋ,ଭୂମି କେର୍କେଟା, ଅର୍ଚ୍ଚିତା ସାଗର, ପ୍ରତିମା ଲୋହାର,କାଶିଶ ଲୋଗାନୀ, ସୁଜାତା ବଡାଇକ,ଲିପସା ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ।

