ରାଉରକେଲା:3//1,(ଉତ୍କଳ ସମାଚାର) ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ନିଜସ୍ଵ ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକ ଙ୍କ ସଭାପତିତ୍ବ ଓ ବରିଷ୍ଠ ଉପଦେଷ୍ଟା ବୈଷ୍ଣବ ଚରଣ ତ୍ରିପାଠୀଙ୍କ ସଂଯୋଜନାରେ ଉପସ୍ଥିତ ସଦସ୍ୟ ମାନେ ସ୍ବର୍ଗତ ମହାନ୍ତିଙ୍କ ରାଉରକେଲାରେ କର୍ମମୟ ଜୀବନ, ବିଭିନ୍ନ ଅନୁଷ୍ଠାନରେ ଜଡ଼ିତ ରହି ସଂଗଠନକୁ ଦୃଢ କରିବା, ଶ୍ରମିକ ସଂଗଠନ ପ୍ରତି ପ୍ରତିବଦ୍ଧତା ଓ ସାମାଜିକ ସେବା ପ୍ରତି ତାଙ୍କର ଦାୟିତ୍ୱବୋଧ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଅନ୍ୟତମ ଉପଦେଷ୍ଟା ପ୍ରାଧ୍ୟାପକ ବିଜୟ ନାରାୟଣ ମହାନ୍ତି, ସାଧାରଣ ସମ୍ପାଦକ ଅରକ୍ଷିତ କୁମାର ପାତ୍ର, କୋଷାଧ୍ୟକ୍ଷ ଅରବିନ୍ଦ ସ୍ବାଇଁ, ରାଜେନ୍ଦ୍ର ମହାପାତ୍ର,ବିଘ୍ନେଶ ସ୍ବାଇଁ, ପର୍ଶୁରାମ ପଟ୍ଟନାୟକ, ହେମନ୍ତ ମହାରଣା, ସୁଶିଲ ପାତ୍ର, ନବୀନ ବିନ୍ଧାଣୀ, ପଞ୍ଚାନନ ମହାପାତ୍ର, ଉପେନ୍ଦ୍ର ନନ୍ଦ, ଜୟନ୍ତ ବେହେରା, ବ୍ରଜବନ୍ଧୁ ବାରିକ, ପଙ୍କଜ ମହାନ୍ତି, ରବିନ୍ଦ୍ର ପଣ୍ଡା, ସତ୍ୟ ପଟ୍ଟନାୟକ, ଦିଲିପ ଲେଙ୍କା, ପ୍ରଦୀପ ଗୈ।ଡ, ମନୋଜ ମହାପାତ୍ର, ଗିରିଜା ଶତପଥୀ,ଅଭୟ ମହାପାତ୍ର, ମଧୁସୂଦନ ମହାରଣା, ପର୍ଶୁରାମ ପାତ୍ର, ସନ୍ତୋଷ ପାତ୍ର,ଖଲି ସ୍ବାଇଁ, ପ୍ରଶାନ୍ତ ପରିଡ଼ା, ସନ୍ତୋଷ ବେହେରା, ଗୟାଧର ବାରିକ,ଗୈ।ତମ ମହାନନ୍ଦ,ଅଟଳ ସାମଲ,ସାମୁଏଲ ହରିପାଲ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ପଞ୍ଚାନନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ପ୍ରାରମ୍ଭରେ ସ୍ବର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

