ରାଉରକେଲା,4//1//(ଉତ୍କଳ ସମାଚାର) ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଡ. ଉମାକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ବେଦବ୍ୟାସ ଗୁରୁକୁଳ ଆଶ୍ରମର ଶିକ୍ଷାର୍ଥୀ ମାନେ ବେଦ ମନ୍ତ୍ର ପାଠ ପରେ ଅତିଥି ମାନେ ଟେକ୍ କାଟିବା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଭାପତି ଶ୍ରୀ ସାହୁ ସ୍ୱାଗତ ଭାଷଣ ସହ ପାଠାଗାରର ସର୍ବାଙ୍ଗୀନ ଉନ୍ନତି ପାଇଁ ଜନ ପ୍ରତିନିଧି ଏବଂ ସଭ୍ୟ ମାନଙ୍କର ସାହାଯ୍ୟ ଓ ସହଯୋଗକୁ ସ୍ମରଣ କରି ଆଗାମୀ ଦିନରେ ସହଯୋଗ କାମନା କରିଥିଲେ । ସାଧାରଣ ସମ୍ପାଦକ ହରିହର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । କଲୋନୀର ସବୁ ବୟସର ବାସିନ୍ଦାଙ୍କ ପାଇଁ ଗୋପବନ୍ଧୁ ପାଠାଗାର ଏକ ପ୍ରକୃଷ୍ଟ ମଞ୍ଚ, ଯାହାକି ମାନସିକ, ଶାରୀରିକ, ସାଂସ୍କୃତିକ ଓ ବୌଦ୍ଧିକ ବିକାଶ ସହ କଲୋନୀ ରେ ଶାନ୍ତି ଓ ମୈତ୍ରୀର ବାତାବରଣ ସୃଷ୍ଟି କରିଚାଲିଛି । ପାଠାଗା ସହ ଅନ୍ୟ ସହଯୋଗୀ ସଂଗଠନ ରୋଟାରୀ କ୍ଲବ ରିଭର୍ ସାଇଡ, ସ୍ବସ୍ତି ସାହିତ୍ୟ ସଂସଦ, ଉତ୍କଳ ସ୍ନେହୀ ମହିଳା ସମିତି, ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ଇନର ହୁଇଲ କ୍ଲବ ପ୍ରଭୃତିର କାଯ୍ୟକ୍ରମକୁ ମୁଖ୍ୟ ଅତିଥି ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ର ସି. ଇ. ଓ.ଡାକ୍ତର ସୁଶାନ୍ତ କୁମାର ଆଚାର୍ଯ୍ୟ ଏବଂ ସମ୍ମାନୀତ ଅତିଥି ସେଲର ଅବସର ପ୍ରାପ୍ତ ଇ. ଡି. ଶ୍ରୀ ପ୍ରଦୀପ କୁମାର ସାହୁ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ, ସାହିତ୍ୟିକ ଶ୍ରୀ ରାଜୀବ ପାଣି ପ୍ରମୁଖ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ପାଠାଗାରର ସର୍ବାଙ୍ଗୀନ ଉନ୍ନତିରେ ସାହାଯ୍ୟ ଓ ସହଯୋଗ କରିବେ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଚିନ୍ମୟ ଇଂ. ମା. ସ୍କୁଲର ଛାତ୍ର ଛାତ୍ରୀମାନେ ଗୀତିନାଟ୍ୟ ଓ ଲୋକନୃତ୍ୟ ପରିବେଷଣ କରିବା ସହିତ ପ୍ରଦୀପ କୁମାର ସାହୁ, ଅନ୍ଵେଷା ମହାରଣା, ଜୟନ୍ତୀ ପାତ୍ର, ଅଜିତ ବରୱା ପ୍ରମୁଖ ସୁଗମ ସଂଗୀତ ଗାନ କରିଥିଲେ । ଉପ ସଭାପତି ଗିରିଜା ଶଙ୍କର ଗୋସ୍ୱାମୀ ମଞ୍ଚ ପରିଚାଳନା କରିଥିବାବେଳେ ପାଠାଗାର ସମ୍ପାଦକ ବିଶ୍ୱନାଥ ଜେନା ଧନ୍ୟବାଦ ଦେଇଥିଲେ । କୈଳାସ ସାମଲ, ହରିହର ନାୟକ, ସୂର୍ଯ୍ୟମଣୀ ପଣ୍ଡା, ରମେଶ ଚନ୍ଦ୍ର ସିଂ, ଚିନ୍ମୟୀ ପୁରୋହିତ, ସଚ୍ଚିକାନ୍ତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି ଉତ୍ସବରେ ପାଠାଗାରର ଶତାଧିକ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।

