ରାଉରକେଲା ୪/୧,(ଉତ୍କଳ ସମାଚାର) ସମାଜସେବା ଏବଂ ଦିବ୍ଯାଙ୍ଗଙ୍କ ପୁନର୍ବାସ ଉଦ୍ଦେଶ୍ୟରେ, ତ୍ରିଶକ୍ତି ସେବା ଟ୍ରଷ୍ଟ ଓ ଲାୟନ୍ସ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସଙ୍କ ମିଳିତ ସହଯୋଗରେ, ୨୦୨୬ ଜାନୁଆରୀ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲାର ହନୁମାନ ଭାଟିକାସ୍ଥିତ ତ୍ରିଶକ୍ତି ଧାମରେ ଏକ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ଯାରୋପଣ ଶିବିର ଆୟୋଜନ କରାଯାଉଛି ବୋଲି ଆଜି ଅପରାହ୍ନ ୧୨ଟା ୩୦ ସମୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିବିର ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ଏ ବିଷୟରେ ଆୟୋଜକମାନେ କହିଥିଲେ ଯେ, ଶିବିରର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅଭାବୀ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ଯାରୋପଣ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଇବା। ବିର ସମୟରେ ବିଶେଷଜ୍ଞ ଡାକ୍ତରମାନେ ହିତାଧିକାରୀମାନଙ୍କ ଅଙ୍ଗ ପରୀକ୍ଷା, ମାପ ଏବଂ କୃତ୍ରିମ ଅଙ୍ଗ ଫିଟିଙ୍ଗ୍ କରାଇବେ। ଏହି ସମସ୍ତ ସେବା ସମ୍ପୂର୍ଣ୍ଣ ମାଗଣା ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବା ସମସ୍ତ ହିତାଧିକାରୀଙ୍କୁ ମାଗଣା ରହିବା ସହିତ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯିବ। ଏହି ଶିବିର ଅଗ୍ରବଂଶୀ ପ୍ରାଇଭେଟ୍ ଲିମିଟେଡ୍ ସୌଜନ୍ୟରୁ ଆୟୋଜିତ କରାଯାଉଛି। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷ ହେଉଛନ୍ତି ବାବୁଲ ଗୋୟଲ ଏବଂ ଲାୟନ ନିଶାନ୍ତ ଅଗ୍ରୱାଲ। ଅବସରରେ, ତ୍ରିଶକ୍ତି ସେବା ଟ୍ରଷ୍ଟର ସଚିବ ଶ୍ୟାମ ବିହାରୀ ଗୋୟଲ ଏବଂ ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସର ସଭାପତି ଲାୟନ (ସିଏ) ପବନ ଅଗ୍ରୱାଲ। ଜନସାଧାରଣ ଏବଂ ସାମାଜିକ ସଂଗଠନଗୁଡ଼ିକୁ ଏହି ଶିବିର ବିଷୟରେ ସୂଚନା ଦିଆଯାଉଛି ଯେ, ସେମାନେ ଯଥାସମ୍ଭବ ଅସହାୟ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆଣି ଶିବିରରେ ପହଞ୍ଚାଇବାକୁ ଅନୁରୋଧ କରାଯାଇଛି। ଯାହା ଦ୍ଵାରା ସର୍ବାଧିକ ଲୋକ ଏହି ସେବାରୁ ଉପକୃତ ହୋଇପାରିବେ। ଆହୁରି ମଧ୍ଯ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ପଞ୍ଜିକରଣ ସୀମିତ, ତେଣୁ ଆଗ୍ରହୀ ହିତାଧିକାରୀମାନେ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୁରେଶ କେଜରିୱାଲ, କାର୍ଯ୍ୟକ୍ରମର ସୂଚନା ଯୋଗାଯୋଗ ଅଧିକାରୀ ଅତୁଲ ସିଂଘଭି ଏବଂ ପ୍ରତୀକ କୟାଲ ଦୌଲତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

