କେନ୍ଦୁଝର:4//1,(ଉତ୍କଳ ସମାଚାର)ଦେଶର ଅନ୍ୟତମ ଜଣାଶୁଣା ସମାଜସେବୀ ସଂଗଠନ ଇଣ୍ଡିଆନବାଇବାର୍ଥ କେନ୍ଦୁଝର ଶାଖା ର ଷଷ୍ଠ ବାର୍ଷିକ ସମାବେଶ କେନ୍ଦୁଝର ସେଲଅଡ଼ି ଟରିୟମ ରେ ଫାଉଣ୍ଡର ଟ୍ରଷ୍ଟି ଇଂ ସୁନୀଲ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ ଅତିଥିଭାବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥିଭାବେ ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବଦ୍ରିନାରାୟଣ ପାତ୍ର, ଡାକ୍ତର ଫକୀର ମୋହନ ନାଏକ ସମାଜସେବୀ ଶୁକଦେବ ମହାନ୍ତ ଯୋଗଦେଇ ଅନୁଷ୍ଠାନ ର ଉତ୍ତରୋତ୍ତରୀ କାମନା କରିବା ସହିତ ଏହାର ସେବାକାର୍ଯ୍ୟ ର ଭୁୟସୀ ପ୍ରଶଂସା କରିଥିଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ସମାଜସେବାରେ ନିୟୋଜିତ ଶ୍ରେଷ୍ଠ ବ୍ୟକ୍ତି ବିଶେଷ ଅନୁଷ୍ଠାନ ମାନଙ୍କୁ ଅତିଥି ବୃନ୍ଦ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ସ୍ମୃତିଫଳକ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ, କୋଫାଉଣ୍ଡର ଟ୍ରଷ୍ଟି ଇଂ ସତ୍ୟରଞ୍ଜନ ସାହୁ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଉଦଘୋଷିକା ସମୟଶ୍ରୀ ଚାଟର୍ଜି ମଞ୍ଚ ପରିଚାଳନା କରିଥିଲେ, ଏହି ସଂସ୍ଥା କେନ୍ଦୁଝର ଜିଲ୍ଲାରେଉନ୍ନତ ଆମ୍ବୁଲାନ୍ସ ସେବା,ସ୍ୱର୍ଗରଥ ସେବା ଯୋଗାଇବା ସହିତ ନିସହାୟଙ୍କୁ ସହାୟତା, ରକ୍ତଦାନ, କାର୍ଯ୍ୟ କରିଆସୁଥିବା ବେଳେ ଆଜିଠାରୁ ଡାକ୍ତରଖାନା ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କ ରେ ନିଃସହାୟ ଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପ୍ରକଳ୍ପ ମୁଖ୍ୟଅତିଥିଙ୍କ ଦ୍ୱାରା ଉଦଘାଟନ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି, ରାଜ୍ୟର ବିଭିନ୍ନ ସ୍ଥାନରୁ ଏକହଜାର ରୁ ଉର୍ଧ୍ଵ ସମାଜସେବୀ ଯୋଗ ଦେଇଥିଲେ

