ରାଇଘର. ନରସିଂବାଘ. ( ଉତ୍କଳ ସମାଚାର )ତା 04/01-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପରଚିପାରା ପଂଚାୟତ ସଦର ମହକୁମା ଠାରେ ଆଜି ଗିରି ଗୋବର୍ଦ୍ଧନ ପୂଜା ତଥା ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବ୍ଲକର ସମସ୍ତ ଗୌଡ଼ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ବହୁ ସଂଖ୍ୟାରେ ଏହି ଉତ୍ସବରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା |ନିଜ ଜାତିର ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ସମ୍ପାଦନ କରିବା ସହିତ ସମସ୍ତେ ପାରମ୍ପରିକ ବସ୍ତ୍ରରେ ଥିବା ଦେଖିବାକୁ ମିଳିଥିଲା |ଏହି ପରିପ୍ରେକ୍ଷୀରେ ବ୍ଲକ ସଭାପତି ଧନୁରାମ ରାଉତଙ୍କ ସଭାପତିତ୍ବରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା | ସମ୍ପାଦକ ହେମଲାଲ ରାଉତ ଓ କୋଷାଦକ୍ଷ କୃପା ରାଉତଙ୍କ ସମେତ ବ୍ଲକର ସମସ୍ତ ଗୌଡ଼ ସମ୍ପ୍ରଦାୟର ଭଦ୍ରବ୍ୟକ୍ତି, ଭଦ୍ର ମହିଳା ତଥା ଜନସାଧାରଣ ଉପସ୍ଥିତ ରହିଥିଲେ |ବୈଠକରେ ନିଜ ଜାତିର ରୀତିନୀତି, ପରମ୍ପରା, ଚଳଣି ଓ କଳା ସଂସ୍କୃତି ଉପରେ ବିଷଦ ଭାବେ ଆଲୋଚନା କରାଯିବା ସହିତ ସହିଦ ବାଜି ରାଉତଙ୍କ ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା |ବାଳକ ବାଜି ରାଉତ ମାତ୍ର 12ବର୍ଷ ବୟସରେ ଦେଶ ପାଇଁ ସହିଦ ହୋଇଥିଲେ ହେଁ ସରକାର ତାଙ୍କର ଏହି ବଳିଦାନକୁ ଗଣ୍ୟ ଭାବି ତାଙ୍କ ସ୍ମୃତିରେ କିଛି ବି କରିନଥିବାରୁ ଉପସ୍ଥିତ ବୁଦ୍ଧିଜୀବୀମାନେ ଦୁଃଖ ପ୍ରକାଶ କରିଥିଲେ |ତତ ସହିତ ପରଚିପାରା ଠାରେ ଗୌଡ଼ ସମ୍ପ୍ରଦାୟର ଜନସାଧାରଣଙ୍କ ପାଇଁ ଏକ କୃଷ୍ଣ ମନ୍ଦିର ନିର୍ମାଣ ଚାଲିଛି, ହେଲେ ପ୍ରଶାସନ ପକ୍ଷରୁ କିଛି ବି ଆର୍ଥିକ ସହାୟତା ଦେଇନଥିବା ସମାଜର ବରିଷ୍ଠ ବ୍ୟକ୍ତିମାନେ ପ୍ରକାଶ କରିଥିଲେ |ଯଦି ମନ୍ଦିର ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହାୟତା ମିଳନ୍ତା ତେବେ ଆମେ ଗୌଡ଼ ସମାଜ ପ୍ରଶାସନ ଠାରୁ ଉପକୃତ ହୁଅନ୍ତେ ବୋଲି ବରିଷ୍ଠ ବ୍ୟକ୍ତି ମାନେ ମତ ଦେଇଥିଲେ |

