ରାଉରକେଲା:5//1,(ଉତ୍କଳ ସମାଚାର)ଓଡ଼ିଶୀ ନୃତ୍ୟ ବିଶ୍ବ ରେ ଓଡ଼ିଆ ଙ୍କ ସଂସ୍କୃତି ଓ ନିର୍ଦଶନ ର ଶ୍ରେଷ୍ଠ ପରିଚୟ। ବିଶ୍ବ ର ବଡ଼ଠାକୁର ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଦେବଦାସୀ ନୃତ୍ୟ ଓଡିଶୀ ନୃତ୍ୟ ର ଶ୍ରେଷ୍ଠ ପ୍ରତିପାଦନ। ଓଡ଼ିଶୀ ନୃତ୍ୟ କୁ ନେଇ ସିଦ୍ଧାର୍ଥ ଟିଭି ପକ୍ଷରୁ ପ୍ରସ୍ତୁତ ଦେବଦାସୀ ରିୟଲିଟି ସୋ ରେ ରାଉରକେଲା ର ଝିଅ ଆୟେଶା ମିଶ୍ର ଉପବିଜେତା ହୋଇ ରାଉରକେଲା କୁ ଗର୍ବିତ କରିଛନ୍ତି।ଆୟେଶା ଛେଣ୍ଡ ଚିନ୍ମୟ ସ୍କୁଲ ର ଅଷ୍ଟମ ଶ୍ରେଣୀର ଛାତ୍ରୀ।ଜଣେ ମେଧାବୀ ଛାତ୍ରୀ ସହ ଓଡିଶୀ ନୃତ୍ୟ ରେ ବେଶ୍ ନିପୁଣ ଅଟନ୍ତି। ନୃତ୍ୟଗୁରୁ ଶ୍ରୀମତୀ ପ୍ରଶାନ୍ତି ଜେନା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୫ ବର୍ଷ ଧରି ନୃତ୍ୟ ଶିକ୍ଷା କରୁଛନ୍ତି। ରାଉରକେଲା ରେ ଆୟୋଜିତ ପ୍ରତିଟି କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ରେ ସର୍ବଦା ଶ୍ରେଷ୍ଠ ସ୍ଥାନ ଅଧିକାର କରି ନିଜର ପ୍ରତିଭା ପ୍ରଦର୍ଶନ କରିଆସୁଥିଲେ।ସୁଶ୍ରୀ ଆୟେଶା ସଂପ୍ରତି ସିଦ୍ଧାର୍ଥ ଟିଭି ଦ୍ଵାରା ଆୟୋଜିତ ଦେବଦାସୀ ନୃତ୍ୟ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ୨୦ ହଜାର ଟଙ୍କା ପ୍ରାପ୍ତ କରିଛନ୍ତି। ଦୀର୍ଘ ମାସାଧିକ କାଳ ଅନୁଷ୍ଠିତ ଏହି ପ୍ରତିଯୋଗିତା ଗତକାଲି ଟିଭି ପରଦା ରେ ସଂପନ୍ନ ହୋଇଛି।ଏହି ପ୍ରତିଯୋଗିତାର ପ୍ରି ଅଡିସନ,ଅଡିସନ୍,୪ଟି ଗାଲା ରାଉଣ୍ଡ, ସେମିଫାଇନାଲ ଓ ଫାଇନାଲ ପର୍ଯ୍ୟାୟ ପର୍ଯ୍ୟନ୍ତ ଥିଲା।୧୨୦୦ ପ୍ରତିଯୋଗୀ ଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ନୃତ୍ୟ କାର୍ଯ୍ୟକ୍ରମ ରେ ଗ୍ରାଣ୍ଡ ଫିନାଲେ ରେ ଉଭୟ ଜୁନିଅର ଓ ସିନିୟର ବର୍ଗ ରେ ୬ ଜଣ ଲେଖାଏଁ ମୋଟ ୧୨ ଜଣ ପ୍ରତିଯୋଗୀ ଥିଲେ। ଏଥିରେ ଜୁନିଅର ବର୍ଗ ରେ ଆୟେଶା ତାର ନୃତ୍ୟ ପରିବେଷଣ କରି ଉପବିଜେତା ହୋଇ ସମଗ୍ର ରାଉରକେଲା କୁ ଗର୍ବିତ କରିଛି। ଏହି କୃତିତ୍ବ ପାଇଁ ଆୟେଶା ର ବିଦ୍ୟାଳୟ, ସମସ୍ତ ବନ୍ଧୁବାନ୍ଧବ, ବିଭିନ୍ନ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପ୍ରଶଂସା ର ସୁଅ ଛୁଟିଛି। ଜଣେ ମାତ୍ର ୧୩ ବର୍ଷର ସରଳ,ଶାନ୍ତ,ନମ୍ର ଝିଅ ଆୟେଶା ଏତେ ପ୍ରତିଭା ର ଅଧିକାରୀ ସହଜ ରେ ବିଶ୍ବାସ ଯୋଗ୍ୟ ନୁହେଁ। ଏତେ କମ୍ ବୟସ ରୁ ଓଡିଶୀ ନୃତ୍ୟ କୁ ଆଦରି ଓ ସଫଳତା ପାଇ ନିଜ ପରିବାର, ବିଦ୍ୟାଳୟ ସର୍ବୋପରି ରାଉରକେଲା କୁ ଗୌରବାନ୍ବିତ କରିଛି ଏଥିରେ ଦ୍ବିମତ ନାହିଁ।ଏହି ଅବସରରେ ସୁଶ୍ରୀ ଆୟେଶା ମିଶ୍ର ପ୍ରତିକ୍ରିୟା ଦେଇ କହିଥିଲେ।

