ରାଉରକେଲା:5//1,(ଉତ୍କଳ ସମାଚାର) ର ସେକ୍ଟର ୧୭ ରାଜନଗର କ୍ରିକେଟ ପଡିଆ ରେ ଚାଲୁଥିବା ୧୫ତମ ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଛି। ଚଳିତବର୍ଷ ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ଏ ଏସ ଏକାଡେମୀ ଓ ସମଲେଶ୍ଵରୀ କ୍ରିକେଟ କ୍ଲବ୍ ସେକ୍ଟର ୧୭ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏ ଏସ ଏକାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ର ନିଷ୍ପତ୍ତି ନେଇ ଆଦିତ୍ୟ ରଜିତ୍ ର ୪୫ ବଲ ରୁ ୭୩ ରନ୍ ଓ ଯୁବରାଜ ସିଂ ଙ୍କ ୨୭ ବଲ୍ ରୁ ୪୩ ରନ୍ ସହଯୋଗ ରେ ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ ବିନିମୟ ରେ ୧୬୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବ ରେ ସମଲେଶ୍ଵରୀ କ୍ରିକେଟ କ୍ଲବ୍ ୨୦ ଓଭର ରେ ୯ ଟି ୱିକେଟ ହରାଇ ମାତ୍ର ୧୫୫ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା।ଏ ଏସ ଏକାଡେମୀ ର କୈଳାସ ପତି ୪ ଓଭର ରେ ମାତ୍ର ୨୦ ରନ୍ ଦେଇ ୪ ଟି ମୂଲ୍ୟବାନ ଉଇକେଟ ନେଇ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ।ଏ ଏସ ଏକାଡେମୀ ୧୧ ରନ୍ ରେ ବିଜୟ ହାସଲ କରିଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ, ସରୋଜ ଜେନା, ମହିଳା କ୍ରିକେଟ ଚୟନକର୍ତ୍ତା ର ଅଧ୍ଯକ୍ଷା ସସ୍ମିତା ପଟ୍ଟନାୟକ,ପ୍ରଜ୍ଞା ପରିମିତା ଦାସ, ସେଲ୍ ଏସସି ଏସଟି ସଂଗଠନ ର ସଭାପତି ଭଗବାନ ସେଠୀ ଓ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପରିଛା ଓ ପୂର୍ବତନ କାଉନସିଲର ଜର୍ଜ ଆନନ୍ଦ ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହ ନଗଦ ରାଶି ପୁରସ୍କାର ଆକାରରେ ପ୍ରଦାନ କରିଥିଲେ।ଏଥିସହ ପ୍ରତି ମ୍ୟାଚ ର ମ୍ୟାନ ଅଫ୍ ଦି ମ୍ୟାଚ, ମ୍ୟାନ ଅଫ୍ ଦି ସିରିଜ,ବେଷ୍ଟ ବୋଲର ଓ ବ୍ୟାଟ୍ସମ୍ୟାନ୍ ପ୍ରଦାନ କରାଯାଇଥିଲା। ରାଜନଗର କ୍ରିକେଟ କ୍ଲବ୍ ର ସଭାପତି ରବିନ୍ଦ୍ର ସୁନା, ସାଂଗଠନିକ ସମ୍ପାଦକ ଅସୀମ ପରିଡା, ସାଧାରଣ ସମ୍ପାଦକ ଶ୍ରୀନିବାସ ପ୍ରଧାନ, କୋଷାଧ୍ୟକ୍ଷ ଭରତ ବାଲ୍ମୀକି ଙ୍କ ସମେତ ବାଦଲ ବେହେରା, ସୁବ୍ରତ, ଅଭିଜିତ ରଜାକ୍,ଅଜୟନାଥ ଚୌଧୁରୀ ଓ ସୁନୀଲ ପ୍ରଧାନ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଆୟୋଜକ ଅଭିନାଶ ପ୍ରଧାନ ଓ ବିଜେତା ଟିମ୍ କ୍ୟାପଟେନ୍ ପ୍ରତିକ୍ରିୟା ଦେଇ କହିଥିଲେ

