କେନ୍ଦୁଝର,6//1,(ଉତ୍କଳ ସମାଚାର)ସରକାରୀ ମହିଳା ମହାବିଦ୍ୟାଳୟ ଓ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରର ଭାରତ ସ୍କାଉଟ ଓ ଗାଇଡ଼ର ରେଞ୍ଜର ୟୁନିଟ ଓ NSS ୟୁନିଟ ଓ ଗାୟତ୍ରୀ ପରିବାର ଆନୁକୂଲ୍ୟରେ କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ପ୍ରବଳ ଶୀତ ପ୍ରକୋପକୁ ଆଖିଆଗରେ ରଖି କିଛି ଅସହାୟ ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା। ପରେ ପ୍ଲାଷ୍ଟିକ ମୁକ୍ତ କାଯ୍ୟକ୍ରମ ଅନ୍ତର୍ଗତ ଲୋକଙ୍କୁ ସଚେତନ କରିବା ଲକ୍ଷରେ ଏକ ପଥପ୍ରାନ୍ତ ନାଟକ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶନ କରା ଯାଇଥିଲା I ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏହି କାଯ୍ୟକ୍ରମରେ NSS ଛାତ୍ରୀ ମାନେ ମନ୍ଦିରକୁ ପାଳିଥିନର ବର୍ଜନ, ସ୍କୁଲ କଲେଜ ପିଲାଙ୍କ ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପକାରଣର ବର୍ଜନ, କୃଷିକ୍ଷେତ୍ରରେ ପ୍ଲାଷ୍ଟିକର ପ୍ରଦୂଷଣ ଓ ଶରୀର ଉପରେ ପ୍ରଭାବ ତଥା ପରିବେଶ ସୁରକ୍ଷାର ଗୁରୁତ୍ୱଉପରେ ଆଧାରିତ ପଥନାଟକ ପ୍ରଦର୍ଶନ କରା ଯାଇଥିଲା। ସାଧାରଣ ଲୋକଙ୍କୁ ପ୍ଲାଷ୍ଟିକ ର ବ୍ୟବହାର କମାଇବା ଓ ବିକଳ୍ପ ସାମଗ୍ରୀ ବ୍ୟବହାର କରିବା ପାଇଁ ସଚେତନ କରା ହୋଇଥିଲା I ଏହା ସହିତ କେନ୍ଦୁଝର ଗାୟତ୍ରୀ ପରିବାରର ଜିଲା ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର, ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ପ୍ରସନ୍ନ କୁମାର ପତି, ବାଳକୃଷ୍ଣ ଗିରି, ସତ୍ୟଜିତ ସାମନ୍ତରାୟ ତଥା ସରକାରୀ ମହିଳା ମହାବିଦ୍ୟାଳୟର ସ୍କାଉଟ ଓ ଗାଇଡ଼ ବିଭାଗ ସହାୟତାରେ ଅଭାବଗ୍ରସ୍ତ ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା I ଏହି କାଯ୍ୟକ୍ରମ ରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଚିତ୍ତରଂଜନ ସାହୁ, ଜାତୀୟ ସେବା କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ଡକ୍ଟର ନିବେଦିତା ଦାସ ଓ ଶୁସ୍ମିତା ନାଏକ, ଅର୍ଥନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଗୀତାଞ୍ଜଳି ନାଏକ ଭାରତ ସ୍କାଉଟ ଓ ଗାଇଡ଼ର ରେଞ୍ଜର ସଂଧ୍ୟାରଣୀ ଶଙ୍ଖୁଆ ମିଳିତ ଭାବେ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ I ଏହି ସେବାମୂଳକ ତଥା ସଚେତନତା କାଯ୍ୟକ୍ରମକୁ ପୁରୁଣା ସହର ବାସିନ୍ଦାଙ୍କ ସହ ଅନେକ ଅଗନ୍ତୁକ ଖୁବ ପ୍ରଶଂସା କରିଥିଲେ I
