ରାଉରକେଲା:6//1,(ଉତ୍କଳ ସମାଚାର) ଦ୍ବିଦିବସୀୟ ଆନ୍ତଃ ରାଜ୍ୟ ଫୁଲ୍ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ୟୁକୁସିଆନ କୁନବୁକାଇ ଓଡିଶା ର ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଜଲଦା ସ୍ଥିତ ଅରିନ୍ଦମ ପାଲେସ ଠାରେ ଆୟୋଜିତ ଏହି ଚାମ୍ପିଅନସିପ ରେ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟର ଦେଢ଼ ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଭୁବନେଶ୍ୱର ଆରଏଣ୍ଡବି ର ସିସିଇ ମନୋଜ କୁମାର ମହାନନ୍ଦଙ୍କ ଉପସ୍ଥିତି ଓ ସର୍ବଭାରତୀୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ତନ୍ତୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି,ସର୍ବଭାରତୀୟ ବ୍ରାଞ୍ଚ ମୁଖ୍ୟ ତଥା ଏସିଆ ଦକ୍ଷିଣ ଏସିଆ ର ଅଧ୍ୟକ୍ଷ ସୁପ୍ରତିମ ମିତ୍ର, ସର୍ବଭାରତୀୟ ଲୋକ ସମ୍ପର୍କ ଅଧିକାରୀ ତିଳୋତ୍ତମା ମିତ୍ର, ସାଂସଦ ପ୍ରତିନିଧି ପ୍ରକାଶ ପାଶ୍ବାନ,ଖୁସବୁ ଯାଦବ ଓ ସ୍ଥାନୀୟ ସରପଞ୍ଚ ଗୀତା ଓରାମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟକ୍ଷ ଓ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଏହା କେବଳ ଆତ୍ମରକ୍ଷା ବା ଶାରିରୀକ ସୁସ୍ଥତା ପାଇଁ ନୁହେଁ ବରଂ ମାନସିକ ଭାବେ ଦୃଢ଼ତା ଦେଇଥାଏ ବୋଲି ମତ ରଖିଥିଲେ। ସେହିପରି ଦକ୍ଷିଣ ଏସିଆ ଅଧ୍ୟକ୍ଷ ଶ୍ରୀ ମିତ୍ର ନିକଟ ଭବିଷ୍ୟତରେ ରାଉରକେଲାରେ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ସୂଚନା ଦେଇଥିଲେ।ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନେ କଲିକତାରେ ହେବାକୁ ଥିବା ଆସନ୍ତା ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇ ପାରିଥିବାରୁ ଶ୍ରୀ ତନ୍ତୀ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୋନୁ ପାଣ୍ଡେ, ଜିଲ୍ଲା ସଭାପତି ହାପି ତନ୍ତୀ, ନିକୁଞ୍ଜ ବିହାରୀ ନାୟକ, ଅରବିନ୍ଦ ସିଂ,ଆଲୋକ ସିଂ, ବଳରାମ ତନ୍ତୀ, ଅଶୋକ ଶର୍ମା, ରମେଶ ସାହୁ,ରେବନ୍ତି ମହାନନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

