ରାଉରକେଲା:6//1,(ଉତ୍କଳ ସମାଚାର) ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ତରଫରୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଗରିବ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ସହ ଖାଦ୍ୟ ବଣ୍ଟନ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଅନିଲ କୁମାର ଦାଶଙ୍କ ଆବାହକତ୍ବ, ଆବାହକ ହରିହର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀଙ୍କ ସଂଯୋଜନାରେ ଆୟୋଜିତ ଏହି ସାମାଜିକ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ,ରିମ୍ସ ର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ, ପାଠାଗାରର ସଭାପତି ନବଘନ ସାହୁ,ଗୋଲକ ବିହାରୀ ମଙ୍ଗରାଜ, ସୁବାସ ଚନ୍ଦ୍ର ମହାପାତ୍ର, ଶମ୍ବୁନାଥ ପରିଡା, ନଗେନ ସାମନ୍ତରାୟ, ଶ୍ରୀନିବାସ ରାୟ ପ୍ରମୁଖ ଯୋଗଦେଇ ସମ୍ପ୍ରତି ଅଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ଅବହିତ କରିଥିଲେ। ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ମତ ରଖିଥିଲେ। ସଭାପତି ଶ୍ରୀମତୀ ପଟ୍ଟନାୟକ ସ୍ବାଗତ ଭାଷଣ, ସମ୍ପାଦକ ଶ୍ରୀ ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିକାନ୍ତ ବିଶ୍ବାଳ, ସୂର୍ଯ୍ୟନାରାୟଣ ପଣ୍ଡା, କୁଞ୍ଜବିହାରୀ ରାଉତ, ନଳିନୀପ୍ରଭା ଗୋସ୍ବାମୀ, ପ୍ରତିମାବାଳା ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଆବାହକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

