କେନ୍ଦୁଝର,7//1,(ଉତ୍କଳ ସମାଚାର)କେନ୍ଦୁଝର ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ମଙ୍ଗଳବାର ଦିନ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରରୁ ଶୁଭାରମ୍ଭ କରାଯାଇଥିବା ଏହି ରଥକୁ ତେଲକୋଇ ବିଧାୟକ ଡାକ୍ତର ଫକିର ମୋହନ ନାଏକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ପାଣି ପଂଚାୟତ କ୍ଷେତ୍ରୀୟ ଅଧିକାରୀ,କେନ୍ଦୁଝର ଆନୁକୂଲ୍ୟରେ ଆୟୋଜିତ ଏହି ସଚେତନତା ରଥ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ପାଣି ପଂଚାୟତ ଗ୍ରାମଗୁଡିକୁ ଅତିକ୍ରମ କରିବ ବୋଲି ଜଣାପଡିଛି । ପାଣି ପଂଚାୟତ ପକ୍ଷ ଜାନୁୟାରୀ ୬ ରୁ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁ ବୁଲି ଜଳସେଚନ ସୁବିଧା ଓ ସୁପରିଚାଳନା ନିମନ୍ତେ ଚାଷୀମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବ । ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମୀ ରେଖା ଚାତାର,କାନ୍ଝାରୀ ଏସ୍ଡିଓ ଇଂ ଚର୍ତ୍ତୃଭୂଜ ନାୟକ,କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ (୧) ଇଂ ସୁକେସ୍ମିତା ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ(୨) ଇଂ ମଙ୍ଗୁଳି ଚରଣ ସିଂ,ତେଲକୋଇ ଏସଡିଓ ପିଠ ସୋରେନ,ସହକାରୀ ଯନ୍ତ୍ରୀ ଇଂ ଚିତ୍ତରଞ୍ଜନ ଜେନା,ଇଂ ଆନନ୍ଦ କୁମାର ମଣ୍ଡଳ,ଇଂ ଯୁଧିଷ୍ଠିର ସାହା,ଇଂ ଦିବ୍ୟ ସିଂ ପ୍ରଧାନ,ବିଭାଗୀୟ ଅଧିକାରୀ ସୁଶିଲ କୁମାର ସେଠୀ,ଉଠା ଜଳସେଚନ ବିଭାଗ କେନ୍ଦୁଝର ସଦର ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବୁଧୁରାୟ ସାଙ୍ଗେ ସାମାଦ୍ ଙ୍କ ସମେତ କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ପାଣି ପଂଚାୟତ କର୍ମକର୍ତ୍ତା,କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

