କେନ୍ଦୁଝର :7//1,(ଉତ୍କଳ ସମାଚାର)କେନ୍ଦୁଝର ସହର ଉପକଣ୍ଠ ନୂଆ ସକାଳ ଶିଶୁ ଚିକିତ୍ସାଳୟ କ୍ୟାମ୍ପସ ଠାରେ ଆଜି ଏକ ନୂତନ କ୍ଲିନିକ ନୂତନଅଭ୍ୟାସ ନୂତନ ସ୍ୱାସ୍ଥ୍ୟ ଉଦଘାଟିତ ହୋଇ ଯାଇଛି, ସତ୍ବାଧୀକାରୀ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମହେଶ ମହାନ୍ତ ଏହି ନୂତନ ଧରଣକ୍ଲିନିକ ସମ୍ପର୍କ ରେ ସୂଚନା ଦେଇ କହିଲେ ଯେ ଆଜିର ସମୟରେ ଚିକିତ୍ସା ଅପେକ୍ଷା ମାନସିକତା ର ପରିଭାଷା କୁ ନେଇ ଚିକିତ୍ସା ର ଆବଶ୍ୟକତା ରହିଛି ଏଥିପାଇଁ ଏହି କ୍ଲିନିକ ରେ ନୂତନ ପ୍ରକାର ଅଭ୍ୟାସ ମାଧ୍ୟମରେ ନୂତନ ସ୍ୱାସ୍ଥ୍ୟ ପ୍ରଦାନ କରାଯିବାର ସମସ୍ତ ସୁବିଧା ସୁଯୋଗ ରଖାଯାଇଛି ବରିଷ୍ଠ ଡାକ୍ତର ପରାମର୍ଶଦାତା ମାନେ ଏହି ନୂତନ କ୍ଲିନିକ ରେ ଜନସାଧାରଣ ଙ୍କୁ ସମ୍ପୂର୍ଣ୍ଣ ନୂଆ ଧରଣ ର ସହାୟତା ପ୍ରଦାନ କରିବେ, ଏ ଅବସରରେ ବହୁ ବରିଷ୍ଠ ନାଗରିକ, ଡାକ୍ତର, ଜନସାଧାରଣ ଉପସ୍ଥିତ ଥିଲେ

