ସମ୍ବଲପୁର,୧୨/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ସହର ନିକଟବର୍ତ୍ତୀ କାଇଁଶିର୍ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ ଉତ୍ସାହର ସହ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜିତା ନନ୍ଦଙ୍କ ନେତୃତ୍ୱରେ କାଇଁଶିର୍ ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ଓ ଅନ୍ୟ ସଦସ୍ୟ ମାନେ, ଅଭିଭାବକ ଓ ଗ୍ରାମବାସୀ ଏହି ଅଭିଯାନରେ ସାମିଲ ହୋଇଥିଲେ I ଏହିଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରାଲି, ପଥପ୍ରାନ୍ତ ନାଟକ , ପୁଷ୍କରିଣୀ ଓ ରାସ୍ତାଘାଟ ସଫାସୁତୁରା କରାଯାଇଥିଲା l ପଥପ୍ରାନ୍ତ ନାଟକ ମାଧ୍ୟମରେ ସ୍ୱଚ୍ଛତା, ପରିମଳ, ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା ଲ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ୱଚ୍ଛତା ସଚେତନତା ସ୍ଲୋଗାନ ଦେଇ ଲୋକମାନଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିଥିଲେ lଶେଷରେ ସମସ୍ତେ ମିଳିତ ଭାବରେ ସ୍ବଚ୍ଛତା ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ l ଧନ୍ୟବାଦ ଜ୍ଞାପନ ଓ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମର ସଫଳ ସମାପନ ହୋଇଥିଲା l

