ରାଉରକେଲା:7//1,(ଉତ୍କଳ ସମାଚାର) ଏନ୍ଆଇଟି ସ୍ଥିତ ଆରଇସି କ୍ୟାମ୍ପସ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ବ ଓ ଶିକ୍ଷୟିତ୍ରୀ ନିରୁପମା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଏନ୍ଆଇଟି ର ପ୍ରଫେସର ପ୍ରଦୀପ ସରକାର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ ପ୍ରଶାନ୍ତ କୁମାର ପତି,ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଜାତୀୟ କ୍ରୀଡାବିତ ତଥା ରେଫ୍ରି ନିଖିଳ କଳାକାର ପ୍ରଧାନ, କ୍ଲଷ୍ଟର ସିଆରସିସି ସିପ୍ରା ସାହୁ, ପ୍ରାକ୍ତନ ଛାତ୍ର ସଭାପତି ଶଙ୍କର ପ୍ରସାଦ ମିଶ୍ର, ସ୍କୁଲ ପରିଚାଳନା କମିଟିର ସଭାପତି ତ୍ରିଲୋଚନ ବେହେରା, ପ୍ରାକ୍ତନ ଶିକ୍ଷକ ପଣ୍ଡିତ ଅଜୟ ପାଣି ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଦୀକ୍ଷା ପରେ ଶିକ୍ଷା, ଶିକ୍ଷା କିପରି ସଂସ୍କାରିତ କରାଏ, ଶିକ୍ଷା ଦାନ ଓ ଆହରଣ ସହ ବୈ।ଦ୍ଧିକ ବିକାଶ, ସାମାଜିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ସ୍ବାଗତ ଭାଷଣ ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସେହିପରି ଅତିଥି ଓ ଅଭିଭାବକ ମାନେ ଆକାଂକ୍ଷା ଛାତ୍ର ପରିଷଦର ଦି ଟ୍ୟାଲେଣ୍ଟ ଗ୍ୟାଲେରୀ, ସାହିତ୍ୟ ସୃଜନ, ଜିଜ୍ଞାସା ମେଳା, କୈ।ଶଳ, ଦୋକାନ ଯାତ୍ରା, କ୍ରୀଡାଙ୍ଗନ, ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ଶିବିର ବୁଲି ଦେଖିଥିଲେ। ପଞ୍ଚାନନ ସାହୁ ମନ୍ତ୍ରପାଠ ଓ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ବ୍ରଜେନ୍ଦ୍ର ଦାଶ,ଡ ଉମାକାନ୍ତ ପଣ୍ଡା, ରମାକାନ୍ତ ମଲ୍ଲିକ, ବିଜୟଲକ୍ଷ୍ମୀ ପଟ୍ଟନାୟକ,ରଶ୍ମିତ ସାହାଣୀ ଙ୍କ ସମେତ ସହରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

