ରାଉରକେଲା:7//1,(ଉତ୍କଳ ସମାଚାର) ଏନ୍ଆଇଟି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ବିତୀୟ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ପି ନିରଜା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଉରକେଲା ବନାଞ୍ଚଳର ମୁଖ୍ୟ ଯଶୋବନ୍ତ ସେଠୀ ମୁଖ୍ୟ ଅତିଥି, ବିଦ୍ୟାଳୟର ଚେୟାରମେନ ତଥା ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ବର ରାଓ , ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ,ଡିନ ପ୍ରଫେସର ରାଜୀବ ପଣ୍ଡା, ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ହେମଲତା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଶିକ୍ଷା ସହ କ୍ରୀଡା ଓ କ୍ରୀଡା ମାଧ୍ୟମରେ କିପରି ନିଜ ଭିତରେ ଐକ୍ୟବଦ୍ଧତା ଓ ଭାଇଚାରା ବଜାୟ ରହିବ ତଥା କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ବେଲୁନ ଫୁଟେଇବା, ବେଙ୍ଗ ଦୈ।ଡ,୧୦୦ ମିଟର ଦୈ।ଡ,ରିଲେ ରେସ୍,କବାଡି,ଗୃପ ପାଇଁ ରଶି ରେ ବଳ କଷାକଷି,ଚାମୁଚ ଗୋଲି ଦୈ।ଡ, ମହିଳା ଷ୍ଟାଫ ଓ ମହିଳା ଅଭିଭାବକଙ୍କୁ ନେଇ ପ୍ରତିଯୋଗିତା ତଥା ଅତିଥି ଓ ଏନ୍ଆଇଟି ପ୍ରଫେସରଙ୍କୁ ନେଇ ବାଲାନ୍ସ ଦୈ।ଡ଼ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟକ୍ଷା ପି ନିରଜା ସଭାପତିତ୍ବ ଅଭିଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନର୍ମଦା ସାହୁ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

