ରାଉରକେଲା,୭/୧(ଉତ୍କଳ ସମାଚାର): ବାଇକ୍ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ବେଳେ ରଘୁନାଥପାଲୀ ଥାନା ଅନ୍ତର୍ଗତ ଗଙ୍ଗାଧର ପାଲି ଅଚଂଳରେ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଏକ ବାଇକ୍ ଚୋରି ମାମଲାର ତଦନ୍ତ ପାଇଁ ଭୁବନେଶ୍ୱର ପାହାଳ ଥାନାର ଏକ ଟିମ୍ ରାଉରକେଲାରେ ପହଚିଂଥିଲେ । ରଘୁନାଥପାଲୀ ଥାନା ଅଧୀନସ୍ଥ ଗଙ୍ଗାଧର ପାଲିଠାରେ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ କରାଯାଉଥିବା ସମୟରେ ଦୁର୍ବୃତମାନେ ପୋଲିସ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଭୁବନେଶ୍ୱର କମିଶନରେଟ୍ ପୋଲିସର କର୍ମଚାରୀଙ୍କ ସମେତ ରଘୁନାଥପାଲୀ ଥାନାର କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଉପରେ ଆକ୍ରମଣ ଘଟଣାରେ ରଘୁନାଥପାଲୀ ପୋଲିସ ଗଙ୍ଗାଧର ପାଲି ଅଚଂଳର ଶୁଭମ ଦଳେଇଙ୍କ ସମେତ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

