ରାଉରକେଲା:7//1,(ଉତ୍କଳ ସମାଚାର)ସେକ୍ଟର ୨୦ ନେହେରୁ ପଲ୍ଲୀ ମିଶ୍ର ଖଟାଲ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ଦ୍ବାଦଶ ପୂର୍ତ୍ତି ଉପଲକ୍ଷେ ୧୧ଦିନ ବ୍ୟାପି ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଆରମ୍ଭ ହୋଇଛି। ଗତ ୪ ତାରିଖରୁ ଆରମ୍ଭ ହୋଇ ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଗତ ୪ ତାରିଖ ଦିନ ଅଙ୍କୁରାରୋପଣ ଓ ଯଜ୍ଞଶାଳା ସଂସ୍କାର ଓ ୫ ତାରିଖ ଦିନ ପ୍ରାୟ ଦୁଇଶହ ମହିଳା ଶ୍ରଦ୍ଧାଳୁଙ୍କୁ ନେଇ କଳସ ଯାତ୍ରା, ସନ୍ଧ୍ୟା ଆଳତୀ, ପୁଷ୍ପାଞ୍ଜଳି ଓ ନାମକିର୍ତ୍ତନ ତଥା ଆଜି ରୁଦ୍ରାଷ୍ଟଧ୍ୟାୟୀରେ ମହାଅଭିଷେକ, ଆଳତୀ ଓ ନାମକିର୍ତ୍ତନ କରାଯାଇଥିଲା। ମନ୍ଦିରର ସଭାପତି ଜଗନ୍ନାଥ ରାଉତ ଓ ମୁଖ୍ୟ କାର୍ଯ୍ୟକର୍ତ୍ତା ଗଣେଶ ଜୟସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂଜକ ଭାବେ ପଣ୍ଡିତ ପ୍ରଶାନ୍ତ କୁମାର ଷଡଙ୍ଗୀ, ମୁଖ୍ୟକର୍ତ୍ତା ଭାବେ ଦୁଃଖିଶ୍ୟାମ ଜୟସିଂହ,ସୁମାମଣୀ ଜୟସିଂହ,ଉପକର୍ମକର୍ତ୍ତା ଅମର ସିଂ ଓ ଉମାଦେବୀ ତଥା ମୁଖ୍ୟ ପୂଜକ ଭାବେ ପଣ୍ଡିତ ପ୍ରଫୁଲ୍ଲ କୁମାର ଦାଶ ଦାୟିତ୍ଵ ନିର୍ବାହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଧୀରେନ୍ଦ୍ର ଓଝା,ଶ୍ୟାମଲାଲ ବଡାଇକ, ନାରାୟଣ ସିଂ, ରମେଶ ଯାଦବ, ଅମୂଲ୍ୟ ରାଉତ,ଗୋକୁଳି ମହାପାତ୍ର, ପ୍ରଫୁଲ୍ଲ ସ୍ବାଇଁ,ଜୁଲି ମିଶ୍ର,ଲିଲି ମିଶ୍ର, ଶ୍ରୀଚରଣ ଚୈ।ଧୁରୀ, ଲୋକନାଥ ନନ୍ଦ, ପ୍ରଫୁଲ୍ଲ ଦାସ, କାର୍ତ୍ତିକ ଜୟସିଂହ, ରାକେଶ ଚାନ୍ଦ,ଲିଳିମା ଜୟସିଂହ ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

