ରାଉରକେଲା:7//1,(ଉତ୍କଳ ସମାଚାର) ।: ସୁନ୍ଦରଗତ ଜିଲ୍ଲା ପତଂଜଳୀ ଯୋଗ ପରିବାର ଆନୁକୂଲ୍ୟରେ ଆଜି ସେକ୍ଟର-୧୯, ଶାରଳା ମନ୍ଦିର ପ୍ରାଙ୍ଗଣରେ ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ପାଳନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ସହ ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୋଗର ଗୂଢ ତତ୍ତ୍ଵ ଓ ମାନବ ସମାଜର କଲ୍ୟାଣ ଉପରେ ଆଲୋକପାତ କରିଥିଲେ । ପରମ ପୂଜ୍ୟ ସ୍ୱାମୀଜୀ ରାମଦେବ ମହାରାଜଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁ ୨୦୦୯ ମସିହା ଜାନୁଆରୀ ୫ ତାରିଖ ଦିନ ଭାରତ ସ୍ୱାଭିମାନ ନ୍ୟାସ ପଞ୍ଜୀ କରଣ ହୋଇ ଆତ୍ମ ପ୍ରକାଶ କରିଥିଲା । ଏହାର ମୁଖ୍ୟ ଉଦେଶ୍ୟ ଥିଲା ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସାମାଜିକ ନ୍ୟାୟ, ଶକ୍ତି ଓ ପରିବେଶ ସୁରକ୍ଷା ପାଇଁ ଏକ ବୈପ୍ଳବିକ ଓ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି ଭାରତକୁ ସ୍ୱାବଲମ୍ବନଶୀଳ, ସ୍ୱଦେଶୀ ଜ୍ଞାନକୌଶଳ ଏବଂ ବୈଭବଶାଳୀ ଗଢି ତୋଳିବା । ଏହାକୁ ସଫଳରୁପାୟନ୍ କରିବା ଭାରତ ସ୍ୱାଭିମାନ ସହିତ ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, ଯୁବା ଭାରତ ଓ କିଷାନ ସେବା ସମିତି ଗଠନ କରାଯାଇ କାର୍ଯ୍ୟକାରୀ କରାଯାଉଛି । ଯୋଗ ମାଧ୍ୟମରେ ବିନା ଅର୍ଥରେ ଲୋକଙ୍କୁ ଯୋଡିବା ସହିତ ସୁସ୍ଥ ବ୍ୟକ୍ତି ନିର୍ମାଣ କରାଯାଉଛି । ଯୋଗ ସହିତ ଯଜ୍ଞ, ଆୟୁର୍ବେଦ, ସ୍ୱଦେଶୀ ଜିନିଷର ଉତ୍ପାଦନ କରି ଜନତାଙ୍କ ମଧ୍ୟରେ ସ୍ୱଦେଶୀ ଜାଗରଣ ସୃଷ୍ଟି କରାଯାଉଛି । ଯୋଗ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ସଚେତନତା ସୃଷ୍ଟି କରି ପାରିଛି । ଯୋଗ ପ୍ରାଚୀନ ଭାରତୀୟ ପରମ୍ପରା ଓ ସଂସ୍କୃତିର ଅମୂଲ୍ୟ ବରଦାନ। ଏହାର ଅଭ୍ୟାସ ଶରୀର ଏବଂ ମନ ତଥା ବିଚାର ଏବଂ କର୍ମରେ ଆତ୍ମସଂଯମ, ପୂର୍ଣ୍ଣତାର ଏକାତ୍ମକତା ତଥା ମାନବ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ । ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ କାର୍ଯ୍ୟ କ୍ରମର ପରିଚାଳନା କରିଥିଲେ । ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର, ଜିଲ୍ଲା ବି ଏସ ଟି ମହାମନ୍ତ୍ରୀ ଆରତୀ ସାହୁ, ଜିଲ୍ଲା ମହିଳା ମହମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷକ ମାନସ ରଣଜନ ସାହୁ, ବିଷ୍ଟ୍ନୁ ପ୍ରୀୟା ଦାଶ, କୌଶଲ୍ୟା ପୃଷ୍ଟୀ, ସସ୍ମିତା ସାହୁ, ଜ୍ୟୋସ୍ନାରାଣୀ ରାଉତ,ଅଜିତ ପୃଷ୍ଟି, କଳ୍ପନା ପଣ୍ଡା, ଅନୁସୂୟା ବାରିକ , ତପସ୍ଵିନୀ ସାହୁ, ରଶ୍ମୀ ରେଖା ଦାସ, କଳ୍ପନା କୁମ୍ଭାର , ନିବେଦିତା ବେହେରା, ଟିକେଶ୍ୱର୍ କାଲୋ, ସତ୍ୟାନନ୍ଦ ବିଶ୍ଵାଳ, ବିଜୟଲକ୍ଷ୍ମୀ ମହାନ୍ତ, ଗୀତାଞ୍ଜଳି ବେହେରା, ସୀତା ମୁର୍ମୁ , ନିବେଦିତା ବେହେରା, ଉର୍ମିଳା ସାହୁ, ଗଙ୍ଗାଧର ପୂହାଣ, ରେବତୀ ବେହେରା, ଗାୟତ୍ରୀ ମହାନ୍ତି ସମେତ ବହୁ ଉପସ୍ଥିତ ଥିଲେ । ପରିଶେଷରେ ଏହି କେନ୍ଦ୍ର ପରିଚାରିକା କୁନ୍ତଳା ସ ଧନ୍ୟବାଦ ଅର୍ପଣ କରିଥିଲେ ।

