ରାଜ୍ୟ ବାହାର ଶ୍ରମିକ ଙ୍କ ଶଢକ ଦୃଘଟଣା ରେ ମୃତ୍ୟୁ
ରାଜଗାଙ୍ଗପୁର 9/10/25,(ଉତ୍କଳ ସମାଚାର): (ସୁବାଷ ବେହେରା)ରାଜଗାଙ୍ଗପୁର ରେ ଛୋଟ ବଡ଼ ବହୁତ କଳ କାରଖାନା ସ୍ଥାପନ ହେବା ସହ ସ୍ଥାନୟ ଲୋକଙ୍କୁ ରୋଜଗାର ଦେବା ସହ ଆଞ୍ଚଳିକ ବିକାଶ ହେବା ପାଇଁ ସରକାର କାରଖାନା ସ୍ଥାପନ ପାଇଁ ଆଦେଶ ଦେଇଛନ୍ତି l କିନ୍ତୁ ଶ୍ରମ ବିଭାଗ ଙ୍କ ଅବହେଳା କିମ୍ବା କାରଖାନା ମାଲିକ ଏବଂ ଶ୍ରମ ବିଭାଗ ଙ୍କ ମଧୁ ଚନ୍ଦ୍ରିକା ଯୋଗୁ ସ୍ଥାନୀୟ ଅଂଚଳର ଶ୍ରମିକ ମାନେ ଚେନେଇ କେରଳ ସୁରଥ କୁ ଦାଦନ ଖଟିବାକୁ ଯାଉଛନ୍ତି କିନ୍ତୁ କାରଖାନା ମାଲିକ ମାନେ ବାହାର ରାଜ୍ୟରୁ ଶ୍ରମିକ ଆଣି କାର୍ଯ୍ୟ କରୁଥିବା ଜଣା ପଡ଼ୁ ଅଛି l ଗତ କାଲି ଅପରାହ୍ନ ରେ ଉତ୍ତର ପ୍ରଦେଶ ରାଜ୍ୟ ର ଚାନ୍ଦୁନୀଲୀ ଜିଲ୍ଲା ର ବନୱାର ଏବଂ ମନୋଜ କାରଖାନା ରେ କାମ ସରି ରାଜ୍ୟ ରାଜପଥ 10 ର ପଦା ଯାମପଲୀ ଠାରେ ରାଉରକେଲା ଠାରୁ ସୁନ୍ଦର ଗଡ଼ ଯାଉଥିବା 18 ଚକିଆ ଟ୍ରେଲର ଓ ଡି 16ଏଲ 4868ଗାଡିର ହଠାତ ଗାଡିର ବମ ପଟୁ ଗୋଟିଏ ଚକା ବାହାର ହୋଇ ବଂଵାରୀ ଏବଂ ମନୋଜ ଙ୍କ ଉପରେ ପିଟି ହୋଇ ଗଲା ଯାହାକି ଘଟଣା ସ୍ଥଳରେ ବନୱାର ଙ୍କ ମୃତ୍ୟୁ ହୋଇ ଯାଇଥିଲା ମନୋଜ ଙ୍କ ଅବସ୍ଥା ଗୁରୁତ୍ୱ ଥିଲା ଘଟଣା ସ୍ଥଳରେ ରାଜଗାଙ୍ଗପୁର ପୋଲିସ ପହଞ୍ଚି ଉଭୟଙ୍କୁ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ମନୋଜ କୁ ରାଉରକେଲା କୁ ଅଧିକ ଚିକିତ୍ସା ପାଇଁ ପଠେଇ ଵା ବ୍ୟବସ୍ଥା କରି ଵା ସହ ଟ୍ରେଲର ଗାଡିକୁ ଜବତ କରିଥିଲେ ଏହି ଘଟଣା ର ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ଯାଇଛି l