Uncategorized

ରାଉରକେଲାର ପାନପୋଷ ବଜାରରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା ୧୩/୧୦,(ଉତ୍କଳ ସମାଚାର): ରବିବାର ବିଳମ୍ବିତ ରାତିରେ ପାନପୋଷ ବଜାରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଫଳ ଦୋକାନକୁ ଗ୍ରାସ କରିଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବେଳେ ଅଗ୍ନିଶମ ବାହିନୀ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ଯୋଗୁଁ ନିଆଁ ଆହୁରି ବ୍ୟାପିବାକୁ ଲାଗିଥିଲା। ନିଆଁ ତୀବ୍ର ହେବା ସହିତ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଯାଇଥିଲେ। ଅଗ୍ନି ବ୍ଯାପିବା ଫଳରେ କିଛି ସମୟ ପାଇଁ ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। ଅଗ୍ନିକାଣ୍ଡର ସଠିକ୍ କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ଇସ୍ପାତ କାରଖାନାର ଅଗ୍ନିଶମ ବାହିନୀ ଏବଂ ଓଡିଶା ସରକାରଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ନିଆଁ ଲାଗିବାର ବିଭିନ୍ନ କାରଣ ଅନୁମାନ କରାଯାଉଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ଏବଂ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଫଳ ଦୋକାନୀଙ୍କ ବ୍ଯାପକ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଯୋଗୁଁ ସ୍ଥାନୀୟ ଦୋକାନୀମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *