ରାଉରକେଲା:10//1,(ଉତ୍କଳ ସମାଚାର)ପ୍ରଗତି ଉତ୍କଳ ସଂଘ ପ୍ରାୟୋଜିତ ଦ୍ବିଦିବସୀୟ ସ୍କୁଲ ସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ସଂଘ ପରିସରରେ ଆରମ୍ଭ ହୋଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତା ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଚେସ୍ ଆସୋସିଏସନର ପ୍ରାକ୍ତନ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସଂଘର ଉପଦେଷ୍ଟା ତଥା ଚେସ୍ ର ଜାତୀୟ ଖେଳାଳି ଶାନ୍ତନୁ କୁମାର ପରିଚ୍ଛା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପାଠ ସହ ଖେଳ, ମୁଖ୍ୟତଃ ଚେସ୍ ଖେଳର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଏଥିରେ ଅଭିଭାବକ ମାନଙ୍କ ସହଯୋଗ ଉତ୍ସାହ ଜନକ ବୋଲି ମତ ରଖିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ସୂଚନାଯୋଗ୍ୟଯେ ଏହି ପ୍ରତିଯୋଗିତାରେ ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ସହ ନଗଦ ଅର୍ଥ ପ୍ରୋତ୍ସାହନ ରୂପେ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟବିଚାରକ ଭାବେ ଗୋବିନ୍ଦ ଚନ୍ଦ୍ର ମହାପାତ୍ର,ଦିନେଶ କୁମାର ବେହେରା, ପ୍ରଦୀପ କୁମାର ବିଷୋୟୀ,ଜୀବନ ରାମମଣି ବେହେରା, ଶିଶିର ରଂଜନ ମଲ୍ଲିକ ପ୍ରମୁଖ ଦାୟିତ୍ଵ ନିର୍ବାହ କରୁଥିବାବେଳେ ସଂଘ ର ସର୍ବଶ୍ରୀ ରଶ୍ମିରଞ୍ଜନ ବୋଇତାଇ, ଘନଶ୍ୟାମ ଧଳ, ନାରାୟଣ ଚନ୍ଦ୍ର ମହନ୍ତ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

