କେନ୍ଦୁଝର:12//1,(ଉତ୍କଳ ସମାଚାର)କେନ୍ଦୁଝର ମାଇନିଂ ଇଞ୍ଜିନିଅରିଙ୍ଗ ସ୍କୁଲ ପଡିଆରେ ଚଳିତ ୧୦ଓ ୧୧ ଦୁଇଦିନ ବ୍ୟାପୀ ନର୍ସିଙ୍ଗ ଅଫିସର କ୍ରିକେଟ ଟୁର୍ନାମେଣ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ହୋଇଯାଇଛି, ଏହି ଟୁର୍ନାମେଣ୍ଟ ରେ ଏମକେସିଜି ମେଡିକାଲ କଲେଜ ବ୍ରହ୍ମପୁର, ଏସଜେଏମସିଏଚ ପୁରୀ, ପିଆରଏମସିଏଚ ମୟୁରଭଞ୍ଜ, ଏଫଏମଏମସିଏଚ ବାଲେଶ୍ୱର, ଏମଜେକେଏମସି ଯାଜପୁର, ଡ଼ିଡ଼ିଏମସିଏଚ କେନ୍ଦୁଝର ର ଖେଳାଳୀ ମାନେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ, ଡ଼ିଡ଼ିଏମସିଏଚ କେନ୍ଦୁଝର କ୍ୟାପଟେନ ନିରାମୟ ସନତ ନାୟକ ଙ୍କ ଟିମ ଅର୍ଜୁନ ବାଗ ଙ୍କ ନେତୃତ୍ୱାଧୀନ ଏଫଏମଏମସିଏଚ ବାଲେଶ୍ୱର କୁ ପରାସ୍ତ କରି ଚମ୍ପିୟାନ ଟ୍ରଫି ହାସଲ କରିଥିଲେ, ଏହି ଟୁର୍ନାମେଣ୍ଟ ରେ ପ୍ରଫେସର ଡାକ୍ତର ସନ୍ତୋଷକୁମାର ସେଠି,ପ୍ରଫେସର ଡାକ୍ତର ସୁରେନ୍ଦ୍ର ନାଥ ସୋରେନ, ଫାଇନାନ୍ସ ଅଫିସର ରାଜେନ୍ଦ୍ର କୁମାର ଜେନା, ହସ୍ପିଟାଲ ମ୍ୟାନେଜର ସୁନୀଲ ସିଂହ ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ

