ପୁନଃନିର୍ମାଣ ର ଶିଳାନ୍ୟାସ ଅନୁଷ୍ଠିତ, ପାପଡାହାଣ୍ଡି -15:1:26-(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ସ୍ଥିତ ଆଦିବାସୀ ସଂଘ୍ରହାଳୟ ପରିସରରେ ପର୍ଯ୍ୟଟନ ବିଭାଗ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବରଙ୍ଗପୁର ଏବଂ ଜିଲ୍ଲାପ୍ରଶାସନ ନବରଙ୍ଗପୁର ଦ୍ୱାରା 5 କୋଟି ଅଟକଳ ମୂଲ୍ୟରେ ଜିଲ୍ଲା ଜନଜାତି ସାଂସ୍କୃତିକ ଭବନ,2 କୋଟି 70 ଲକ୍ଷ ଅଟକଳ ମୂଲ୍ୟରେ 9 ଗୋଟି ବ୍ଲକ ସ୍ତରୀୟ ଜନଜାତି ଗୋଷ୍ଟି ସମାଜ ଭବନ ଏବଂ 6 କୋଟି ଅଟକଳ ମୂଲ୍ୟରେ ପାପଡାହାଣ୍ଡି ଶହୀଦ ମିନାର ପୁନଃନିର୍ମାଣ କାର୍ଯ୍ୟ ର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ମନ୍ତ୍ରୀଙ୍କ ପ୍ରତିନିଧି ଲିଙ୍ଗରାଜ ଭତରା, ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାସ,ହରିମୋହନ ଶର୍ମା,ପାପଡାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ,ପ୍ରହ୍ଲାଦ ତ୍ରିପାଠୀ, ଦୀନବନ୍ଧୁ ବିଶୋଇ, ତ୍ରିନାଥ ଅମନାତ୍ୟ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ କଣ୍ଡାଂକେଲ, ବିଡିଓ କପିଳଦେବ ସାହୁ,ତହସିଲଦାର ତପନ କୁମାର ନାୟକ, ଥାନା ଅଧିକାରୀ ଦୀପକ କୁମାର ଜେନା, ବିପିଏମ ସୁଧାଂଶୁ ବିଶ୍ୱାଳ, ବିଏସଏସଓ ସୁବ୍ରତ କିସାନ ଙ୍କ ସମେତ ବହୁ ସଂଖ୍ୟରେ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ,ଗ୍ରାମବାସୀ,ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ,

