ରାଉରକେଲା:15//1,(ଉତ୍କଳ ସମାଚାର)ର ବହୁ ପୁରାତନ ସାମାଜିକ ସାଂସ୍କୃତିକ ସଂଗଠନ ବାସନ୍ତୀ ପରିଷଦ ର ଆଗାମୀ ତିନି ବର୍ଷ ପାଇଁ ମା ବାସନ୍ତୀକ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଛି। ଗତବର୍ଷ ପରିଷଦ ମା ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସେକ୍ଟର ୩ ସ୍ଥିତ ବାସନ୍ତୀ ପୂଜା ପଡିଆ ରେ ବେଶ୍ ଧୂମଧାମରେ ପାଳନ କରିଥିଲା ଓ ଏଥିରେ ରାଉରକେଲାବାସୀ ବହୁ ସଂଖ୍ୟା ରେ ସାମିଲ ହୋଇ ବେଶ୍ ସଫଳ କରାଇଥିଲେ। ଚଳିତବର୍ଷ ପୂଜା ପାଇଁ ସ୍ଥାନୀୟ ସେକ୍ଟର ୩ ସ୍ଥିତ ଅହିରାବନ୍ଧ ଖଡ଼ଗ ମନ୍ଦିର ରେ ସାଧାରଣ ପରିଷଦ ବୈଠକ ପରିଷଦ ର ସଭାପତି ଶଶଧର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆଗମୀ ପୂଜା କୁ ଶୃଙ୍ଖଳିତ ଓ ସୁନ୍ଦର ଭାବରେ ପାଳନ ପାଇଁ ସର୍ବସମ୍ମତିକ୍ରମେ ଏକ ନୂତନ କମିଟି ଗଠିତ ହୋଇଥିଲା। ଉକ୍ତ କମିଟି ରେ ସଭାପତି ଭାବେ ରାମଚନ୍ଦ୍ର ଗୌଡ, କାର୍ଯ୍ୟକାରୀ ସଭାପତି ଉଗ୍ରସେନ ବିଶ୍ଵାଳ ୫ ଜଣିଆ ଉପସଭାପତି ମଣ୍ଡଳୀ ରେ ବୃନ୍ଦାବନ ମାହାନ୍ତି,ଆ ସି ଟୁଡୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ ଓ କମଳାକାନ୍ତ ବେହେରା ରହିଛନ୍ତି। ସାଧାରଣ ସମ୍ପାଦକ ଭାବେ ଅକ୍ଷୟ କୁମାର ସାହୁ ଚୟନ ହୋଇଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ଯୁଗ୍ମ ସମ୍ପାଦକ ଭାବେ ଭବାନୀ ଶଙ୍କର ଦାସ,ରାଜପ୍ତି ପାଲ, ସୁବାଷ ଚନ୍ଦ୍ର ପଣ୍ଡା ଓ ଧନେଶ୍ଵର ସେଠୀ ରହିଛନ୍ତି। କୋଷାଧ୍ୟକ୍ଷ ଭାବେ ପ୍ରହ୍ଲାଦ ଚନ୍ଦ୍ର ନାୟକ ଚୟନ ହୋଇଥିବା ବେଳେ ସମସ୍ତ କମିଟି ମଧ୍ୟରେ ସମନ୍ୱୟ ଓ ସଂଯୋଗ ରଖି ପୂଜା ସୂଚାରୁ ସମ୍ପାଦନା ପାଇଁ ସଞ୍ଜୀବ କୁମାର ନାୟକ ଙ୍କୁ ମୁଖ୍ୟ ସଂଯୋଜକ ଭାବେ ଚୟନ କରାଯାଇଛି।ଏଥିସହ କମିଟି ର କାର୍ଯ୍ୟକାରୀ ସଦସ୍ୟ ଭାବେ ନିରଞ୍ଜନ ଶତପଥୀ,ବି. ମିଶ୍ର ରହିଛନ୍ତି। ପରିଷଦ ର ବରିଷ୍ଠ ସଦସ୍ୟ ମାନଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି। ଏମାନଙ୍କ ଠାରୁ କମିଟି ଆବଶ୍ୟକୀୟ ମତାମତ ଓ ଉପଦେଶ ନେଇ କାର୍ଯ୍ୟ କରିବେ। ଉପଦେଷ୍ଟା ମଣ୍ଡଳୀ ରେ ଶଶଧର ପାତ୍ର, ନିରଞ୍ଜନ ଖଣ୍ଡାୟତରାୟ, ଏଚ୍ କେ ପରିଡା, ସତ୍ୟବାନ୍ ରାଉତ, ଅନିରୁଦ୍ଧ ବିଶ୍ବାଳ,ନିଳମଣି ଜେନା,ସୁପ୍ରକାଶ ତ୍ରିପାଠୀ ଓ ଭାସ୍କର ପୁହାଣ ରହିଛନ୍ତି। ଉକ୍ତ ବୈଠକରେ ପ୍ରଦୀପ ମହାପାତ୍ର, ଧନଞ୍ଜୟ ଦାସ, ଶ୍ରୀକାନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଶେଷ ରେ ମୁଖ୍ୟ ସଂଯୋଜକ ସଞ୍ଜୀବ କୁମାର ନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

