ରାଇଘର. ନରସିଂବାଘ (ଉତ୍କଳ ସମାଚାର)ତା 16/01-ନବରଙ୍ଗପୁର ଜିଲ୍ଲା ର ରାଇଘର ବ୍ଲକରେ ଛତୁଆ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ହେଁ କୌଣସି ପ୍ରଶାସନିକ ଅଧିକାରୀ ଏହି ଅଭିଯୋଗ କୁ ଗୁରୁତ୍ୱ ଦେଉନାହାନ୍ତି |ଯାହା ଫଳରେ କୋମଲମତି ଶିଶୁ ଓ ଗର୍ଭବତୀ ପ୍ରସୂତି ମା ମାନେ ଅତି ନିମ୍ନ ମାନର ଛତୁଆ ତଥା ଅତି କଦର୍ଯ୍ୟ ଛତୁଆ ଖାଇବାକୁ ବାଧ୍ୟ ହେଉଛନ୍ତି |ଛତୁଆ ତିଆରି କରୁଥିବା ସଂସ୍ଥା ତଥା ସଂସ୍ଥା ପରିଚାଳନା କରୁଥିବା ମାଲିକ ଆଜି କୋଟିପତି ହୋଇଗଲାଣି |କିଛି ବର୍ଷ ପୂର୍ବେ ଏକ ଛୋଟିଆ ଘରେ ଛତୁଆ ତିଆରି ଚାଲିଥିଲା, ହେଲେ ସେ ସ୍ଥାନରେ ଦୁଇ ମହଲା କୋଠା ନିର୍ମାଣ ହୋଇଗଲାଣି |ତାଛଡା ଛତୁଆ ନିର୍ମାଣ କରୁଥିବା ସଂସ୍ଥାକୁ ଚଳାଉଥିବା ମାଲିକ ରାଇଘର, ଉମରକୋଟ ଭଳି ବିଭିନ୍ନ ସହରରେ ଜାଗା କିଣି କୋଠା ଉପରେ କୋଠା ତିଆରି କରି ସାରିଥିବା ଅଭିଯୋଗ ବି ହେଉଛି |ପୂର୍ବରୁ ଯେତେବେଳେ ରାଜ୍ୟରେ ବିଜେଡି ଶାସନ ଚାଲିଥିଲା ସେତେବେଳେ ବି ଏଭଳି ଅଭିଯୋଗ ହେଉଥିଲା |ସେତେବେଳେ ବିଜେପି ମଧ୍ୟ ଆଗେଇ ଆସିଥିଲା |ଅଭିଯୋଗ ହେବା ଭିତରେ କିଛି ଏସଏଚଜି ଗ୍ରୁପ ଛତୁଆ ନିର୍ମାଣ କରିବେ ବୋଲି ଆବେଦନ କରିଥିଲେ ଓ ସେମାନଙ୍କ ମଧ୍ୟରୁ କିଛି ଏସଏଚଜି ଗ୍ରୁପକୁ କାମ କରିବାକୁ ସୁଯୋଗ ବି ଦିଆ ଯାଇଥିଲା |ପରେ ମାସେ, ଦୁଇମାସ, ତିନି ମାସ ବର୍ଷେ ଏହି କ୍ରମରେ ସମସ୍ତ ଗ୍ରୁପକୁ କାଢିଦିଆ ଗଲା |ହେଲେ ଏବେ ବି ସବୁଠାରୁ ପୁରୁଣା ଗ୍ରୁପ ହିଁ ଏହି କାର୍ଯ୍ୟ ଟା କରିଚାଲିଛି ଓ ତା ନାରେ ବାରମ୍ବାର ଅଭିଯୋଗ ବି ବଢ଼ି ଚାଲିଛି |ବିଜେପି ବର୍ତମାନ ସତ୍ତାକୁ ଆସିବା ପରେ ସେ ବି ମୁହଁ ବନ୍ଦ ରଖିଛି |ତେଣୁ ଏଦିଗରେ ଯଦି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ନଦିଅନ୍ତି ଓ କୌଣସି ଠୋସ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ନେଇ ଜିଲ୍ଲା କଂଗ୍ରେସ ରାଜ ରାସ୍ତାକୁ ଓ଼ଲ୍ଳେଇବା ସହିତ ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ କରାଯିବ ବୋଲି ପୂର୍ବତନ ବିଧାୟକ. Dcc ସଭାପତି ଭୁଜବଳ ମାଝୀ ଓଉମରକୋଟ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ର ବିଧାୟକ ପ୍ରାଥୀ ସନରାଜ ଗଣ୍ଡ ଆଜି ପ୍ରେସମିଟ ରେ ପ୍ରତିକ୍ରିୟା ଦେଇଛନ୍ତି |

