ନବରଙ୍ଗପୁର:16//1,(ଉତ୍କଳ ସମାଚାର)ପାପଡ଼ା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ସିଆରସିସି ବାବୁଲାଲ ସାଗର ଅଧ୍ୟକ୍ଷତା ରେ କ୍ଲଷ୍ଟର ସେମଳା ରେ ପ୍ରଥମେ ବନ୍ଦେମାତରମ ସଂଗୀତ, ସ୍ୱଦେଶୀ ସଂକଳ୍ପପତ୍ର ସହ ଉପ କନିଷ୍ଠ ବର୍ଗ, କନିଷ୍ଠ ବର୍ଗ ଓ ବରିଷ୍ଠ ବର୍ଗର ପ୍ରବନ୍ଧ, ବକ୍ତୃତା, ସଂଗୀତ, ଚିତ୍ରକଳା ର ପ୍ରତିଟି ଟିଭାଗରୁ ପିଲାଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ପୁରସ୍କାର ପ୍ରଦାନ ସହ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ପକନାଗୁଡ଼ା ଶିକ୍ଷକ ଭାରତ ହରିଜନ, ଉସିଗାଁ ଶିକ୍ଷୟିତ୍ରୀ କୁମାରୀ ପୁଷ୍ପାଞ୍ଜଳୀ ,ମିଳନ ଗହିର, ସେମଳା ପ୍ରଧାନ ଶିକ୍ଷୟିତ୍ରୀ ବେହେରା ନିର୍ମଳ କୁମାର ସହଯୋଗ କରିଥିଲେ। ସିଆରସିସି ବାବୁଲାଲ ସାଗର କାର୍ଯ୍ୟକ୍ରମ ବାବଦରେ ମଞ୍ଜ ପଲରିଚାଳନା ସହ ଫୁଙ୍ଖାନୁଫୁଙ୍ଖ ଭାବେ ଆଲୋକପାତ କରିଥିଲେ। ଭାରତ ହରିଜନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।

