କେନ୍ଦୁଝର:17//1,(ଉତ୍କଳ ସମାଚାର) ଆଜି ପ୍ରତ୍ୟୁଷ ରୁ କେନ୍ଦୁଝର ପୋଲିସ କେନ୍ଦୁଝର ସମେତ ରାଜ୍ୟର ପାଞ୍ଚୋଟି ଜିଲ୍ଲାରେ ମାନ୍ୟବର କେନ୍ଦୁଝର ଜେଏମଏଫସି ଙ୍କ ଆଦେଶ ଅନୁଯାୟୀ ୪୬ଟି ସ୍ଥାନରେ ୨ଜଣ ଅଡିସନାଲ ଏସପି, ୫ଡ଼ିଏସପି, ୨୫ଇନ୍ସପେକ୍ଟର, ୩୬ଏସଆଇ, ଏଏସଆଇ, ୧୮ପ୍ଲାଟୁନ ପୋଲିସ ସହାୟତା ରେ ଅପରେସନ ଗୋରକ୍ଷା ଆରମ୍ଭ କରି ସାନ୍ତରାପୁର, କାଳିଆହାତା, ତେଲକୋଇ, ଘସିପୁରା, ତୁରୁମୁଙ୍ଗା, ଯାମୁଯୋଡି, ବିଶୋଇ, କରଞ୍ଜିଆ, ଝାରପୋଖରିଆ, ଟେଣ୍ଟପଶି, ଚଢେଇଭୋଳ, କେନ୍ଦରେଇ, ଠାକୁରମୁଣ୍ଡା, କୋରେଇ ମୁଲ୍ଲାସାହି ସ୍ଥାନ ମାନଙ୍କରେ ଥିବା ଗୋମାଫିଆ ଙ୍କ ଘର ମାନଙ୍କ ରେ ଭାରତୀୟ ନ୍ୟାୟ ସଂହିତା ୧୧୨ ସଂଗଠିତ ଅପରାଧ ଧାରା ରେ ଚଢ଼ାଉ କରି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୯ ଜଣକୁ ଗିରଫ କରାଯାଇଥିବା ବେଳେ ଏକକୋଟି ଚାଳିଶ ଲକ୍ଷ ଟଙ୍କା ନଗଦ, ଏକ କିଲୋଗ୍ରାମ ସ୍ଵର୍ଣଅଳଙ୍କାର, ତିନିକେଜି ରୌପ୍ୟ ଅଳଙ୍କାର, ବ୍ୟାଙ୍କ ଦସ୍ତାବେଜ, ଜମି ଦସ୍ତାବେଜ, ରିଅଲଷ୍ଟେଟ ଦସ୍ତାବେଜ, ୧୧ଟି ଚାରିଚକିଆ ଯାନ, ୧୩ଟି ଦୁଇଚକିଆ ଯାନ, ଜବତ ହୋଇଛି, ଭାରତ ସରକାର ଙ୍କ ଦ୍ୱାରା ପ୍ରସ୍ତୁତ ନେଟଗ୍ରୀଡ଼ ସହାୟତା ରେ ଏହି ନେଟୱାର୍କ କୁ ଟ୍ରାକ କରି କାର୍ଯ୍ୟାନୁଷ୍ଠାନ କରାଯାଇଛି, ତଥ୍ୟଅନୁଯାୟୀ ଏହି ଗୋମାଫିଆ ଙ୍କ ଏକସହକୋଟି ରୁ ଉର୍ଧ୍ଵ ସମ୍ପତ୍ତି କୁ ଭାରତୀୟ ନ୍ୟାୟସଂହିତା ଧାରା ୧୦୭ ଅନୁଯାୟୀ ମାନ୍ୟବର ଅଦାଲତ ଙ୍କ ଆଦେଶ ଅନୁଯାୟୀ ସିଜ କରାଯିବ ବୋଲି କେନ୍ଦୁଝର ଏସପି ନିତିନ କୁଶଲକର ପ୍ରକାଶ କରିଛନ୍ତି,ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନିର୍ଦେଶ ରେ ଗୋରକ୍ଷା କରିବା ସହିତ ଗୋମାଫିଆ ଙ୍କ ନେଟୱାର୍କ କୁ ସମ୍ପୂର୍ଣ ଧ୍ବଂସ କରାଯିବାର ସଂକଳ୍ପ ପୋଲିସ ନେଇଛି ବୋଲି ପ୍ରକାଶ କରିଛନ୍ତି , ଏହି ଗୋ ମାଫିଆ ମାନେ ଅନେକ ସମୟରେ ଦୁଃସାହସ କରି ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରୁଥିବାର ଜଣାଯାଏ ।

