ସୁନ୍ଦରଗଡ,୧୭/୧:(ଉତ୍କଳ ସମାଚାର) ସୁନ୍ଦରଗଡର ରିଜେଟଂ ମାର୍କେଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଘଟଣାରେ ଟାଉନ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗତକାଲି ରାତିରେ ସ୍ୱତନ୍ତ୍ର ପୁଲିସ ଟିମ୍ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୧୦ ଜଣଙ୍କୁ ଧରିବା ଲାଗି ଭିନ୍ନ ଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି । ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଗୋ ମାଂସ ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

