କେନ୍ଦୁଝର :18//1,(ଉତ୍କଳ ସମାଚାର)ଆଜି ଜିଲ୍ଲା ସଂସ୍କୃତିଭବନ ପ୍ରେକ୍ଷାଳୟ ଠାରେ ଓଡିଶା ମାଧ୍ୟମିକସ୍କୁଲ ଅବସରପ୍ରାପ୍ତ ଶିକ୍ଷକଓ କର୍ମଚାରୀ ସଙ୍ଘ ପକ୍ଷରୁ ୨୦୨୬ବର୍ଷ ନିମନ୍ତେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ୧୩ଜଣ ମହିଳା ୧୧୨ଜଣ ପୁରୁଷ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି, ଏ ଉପଲକ୍ଷେ ସଞ୍ଜୟ ବସନ୍ତ ଚକ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ମୁଖ୍ୟ ଅତିଥି, ରାଜ୍ୟ ଶିକ୍ଷା ବିଭାଗ ପ୍ରାକ୍ତନ ଅତିରିକ୍ତ ନିର୍ଦେଶକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟବକ୍ତା, ଦାନୀଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଅଧ୍ୟକ୍ଷ ବସନ୍ତ କୁମାର ଦାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତ ଙ୍କ କର୍ମମୟ ଜୀବନରୁ ସାଉଁଟି ଥିବା ଅଭିଜ୍ଞତା କୁ ସମାଜକଲ୍ୟାଣ ଦିଗରେ ବିନିଯୋଗ କରିବାକୁ ଆହ୍ୱାନ ଦେଇଥିଲେ, ସମ୍ପାଦକ ରବୀନ୍ଦ୍ର କୁମାରପଣ୍ଡା ଏ ସମ୍ବର୍ଦ୍ଧନା ରେ ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କ ରେ କହିବା ସହିତ ସଙ୍ଘ ର ବିବରଣୀ ପ୍ରଦାନ କରିଥିଲେ, କାର୍ଯ୍ୟକାରୀ ସଭାପତି ଚିନ୍ତାମଣୀ ଜେନା, କୋଷାଧକ୍ଷ ମଦନମୋହନ ଦ୍ବିବେଦୀ ନିଜ ନିଜ ବକ୍ତବ୍ୟ ରଖିଥିବା ବେଳେ ସୁଶୀଲ ନାୟକ, କ୍ଷୀରୋଦ ରାଉତ, ଭିକାରି ସାହୁ, ରଘୁନାଥ ବେହେରା, ମନ୍ମଥ ନାଥ ମହାନ୍ତ, ସୁଧାକର ପଣ୍ଡା, ଅଜ୍ଞାନ କୁମାରଚାନ୍ଦ, ନଳିନୀକାନ୍ତ ଘଣା, କାଶୀନାଥ ମହାନ୍ତ, ପ୍ରସନ୍ନ ପରିଡା, କୃଷ୍ଣ ଚନ୍ଦ୍ର ରଥ, ବାଙ୍କ ବିହାରୀ ମହାନ୍ତ, ଗୌର ଗିରି, ରବି ସାହୁ, ବଳରାମ ରାଉତ, ଭାଗିରଥି ଗିରି, ଦିଗାମ୍ବର ଗିରି ପ୍ରମୁଖ ସମ୍ବର୍ଦ୍ଧନା ଉତ୍ସବ ପରିଚାଳନା କରିଥିଲେ

